ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ |

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‍ । ପୁଲିସ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ହେଉଛନ୍ତି ତ୍ରିନାଥ ମିଶ୍ର । ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍ କରିଛି । ତ୍ରିନାଥଙ୍କ କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ଚଢ଼ାଉ କରୁଥିବା ବେଳେ ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍ ତନାଘନା କରୁଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ ତ୍ରିନାଥଙ୍କ ଡ୍ରାଇଭରଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ବିରିଡିରେ ଥିବା ଡ୍ରାଇଭରଙ୍କ ଘରେ ରେଡ୍‍ ଚାଲିଛି । ତେବେ ତ୍ରିନାଥ ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ । ହେଲେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବଡ଼ ବାବୁ 

Leave a Reply

Your email address will not be published. Required fields are marked *