ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଜଳ ପରିମଳ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଶୁକ୍ରବାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକାସହ ଖୋର୍ଦ୍ଧା, ସମ୍ବଲପୁର ଓ ବରଗଡ ଜିଲାର ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ୱର ଖାରବେଳ ନଗରର ଶ୍ରୀରାମ ମାନସରେ ଥିବା ଫ୍ଲାଟ,ଖାରବେଳ ନଗରରେ ଥିବା ସମ୍ପର୍କୀୟଙ୍କ ଘର, ଖୋର୍ଦ୍ଧା ସାନପଲରେ ଥିବା ସମ୍ପର୍କୀୟଙ୍କ ଘର, ସମ୍ବଲପୁର ମୁଦିପଡାର ପୈତୃକ ବାସଭବନ, ବରଗଡରେ ଥିବା ନିଜ ଘର ଓ ଭୁବନେଶ୍ୱର କାର୍ଯ୍ୟାଳୟରେ ଚଢାଉ କରାଯାଉଛି। ଏହି ଚଢାଉରେ ୫ ଜଣ ଡିଏସପି,୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Leave a Reply

Your email address will not be published. Required fields are marked *