ସ୍ୱାମୀଙ୍କ କରୋନା ଚିକିତ୍ସା ପାଇଁ ଲୋକଙ୍କଠୁ ଆଣିଥିଲେ ସହାୟତା ; ହେଲେ ସ୍ବାମୀଙ୍କୁ ହରାଇବା ପରେ ସହାୟତାରେ ଲୋକଙ୍କ ଠାରୁ ପାଇଥିବା ୪୦ ଲକ୍ଷ ଜିଲ୍ଲାପାଳଙ୍କୁ ଫେରାଇଲେ

ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ମନ୍ଦାରୀ ଗ୍ରାମର ସ୍ବର୍ଗତ ଅଭି‌ଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ ମହାନ୍ତି ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ୪୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ବର୍ଷ କରୋନାରେ ନିଜର ସ୍ବାମୀଙ୍କୁ ହରାଇଛନ୍ତି ମୌସୁମୀ । ବିବାହର ମାତ୍ର ୮ ଦିନ ପରେ ତାଙ୍କ ସ୍ବାମୀ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୨୧ ଦିନ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ କୋଲକାତାର ଏକ ଘରୋଇ ହସପିଟାଲକୁ ନିଆଯାଇ ଏକମୋ ଚିକିତ୍ସା କରାଯାଇଥିଲା। ୩ ମାସ ଧରି ବ୍ୟୟ ବହୁଳ ଏକମୋପ ଚିକିତ୍ସାରେ ରହିବା ପରେ ଗତ ବର୍ଷ ସେପ୍ଟେମ୍ବର ମାସ ୩ ତାରିଖରେ ଅଭିଷେକଙ୍କର ଦେହାନ୍ତ ହୋଇଥିଲା।

ଜୀବନ ଯୁଦ୍ଧରେ ଅଭିଷେକ ହାରିଯାଇଥିଲେ। ପତ୍ନୀ ମୌସୁମୀ ଓ ପରିବାରକୁ ପରକରି ଅଭିଷେକ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ଅଭିଷେକଙ୍କର ଚିକିତ୍ସାରେ ବହୁ ଅର୍ଥର ଆବଶ୍ୟକତା ପଡିଥିଲା। ନିଜ ସ୍ବାମୀଙ୍କର ଜୀବନ ବଞ୍ଚାଇବା ପାପଇଁ ନବ ବିବାହିତା ମୌସୁମୀ ସେତେବେଳେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ। ମୌସୁମୀଙ୍କର ନିବେଦନ ରକ୍ଷା କରି ଓଡ଼ିଶାର ବହୁ ବଦାନ୍ୟ ବ୍ୟକ୍ତି କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

ସ୍ବାମୀ ଅଭିଷେକଙ୍କର ଚିକିତ୍ସାରେ ଖର୍ଚ୍ଚ ପରେ ବଳକା ୪୦ ଲକ୍ଷ ଟଙ୍କା ମୌସୁମୀଙ୍କ ପାଖରେ ଥିଲା। ସ୍ବାମୀ ସବୁଦିନେ ପରକରି ଚାଲିଯିବାପରେ ମୌସୁମୀ ବା ଟଙ୍କାକୁ କାହିଁକି ନିଜର ଭାବି ପାଖରେ ରଖିବେ ବୋଲି ଭାବିଥିଲେ। ମୋର ବିପଦ ବେଳେଲୋକେ ଦାନ କରିଥିବା ଟଙ୍କା ଆଉ କାହାର ବିପଦ ବେଳେ ସହଯୋଗରେ ଆସୁ ବୋଲି ମୌସୁମୀ କହିବା ସହ ଏଇ ଟଙ୍କାକୁ ଜିଲ୍ଲାପାଳଙ୍କ ମାଧ୍ୟରେ ପ୍ରଦାନ କରିଥିେଲେ। ସ୍ବାମୀଙ୍କ ଚିକିତ୍ସା ପାଇଁ ତାଙ୍କୁ ମିଳିଥିବା ଅର୍ଥରାଶିକୁ ଯେ ନିଜେ ନରଖି ଏଇ ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ଭଦ୍ରକ ରେଡକ୍ରସ୍ ପାଣ୍ଠିକୁ ଦାନ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବା ବେଳେ ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଭଦ୍ରକ ରୋଟାରୀ ମିଡ୍ ଟାଉନର ସହାୟତାରେ ମୌସୁମୀ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦୁଇଟି ଚେକ୍ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଆଜିର ଏଇ ଚେକ୍ ପ୍ରଦାନ ବେଳେ ତାଙ୍କ ପିତା ଚିତ୍ତରଂଜନ ମହାନ୍ତି, ରୋଗଟାରୀ ବ୍ଲକର ବରିଷ୍ଠ ସଭ୍ୟ ଆଇନଜୀବୀ ଅତିଶ ବେହେରା, ଆଇନଜୀବୀ ଧୀରେନ୍ଦ୍ର ରାୟ ଓ ତାଙ୍କ ସଂପର୍କୀୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *