ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ କର୍କଟ ଦିବସ ପାଳିତ
ଭୁବନେଶ୍ବର : ଏମଆରଆଇ ଥ୍ରୀ ଡିମେନ୍ସନାଲ କନଫର୍ମାଲ ରେଡିଓଥେରାପି, ରେଡିଏସନ ଥେରାପି, କେମୋଥେରାପି, ଅସ୍ତ୍ରୋପଚାର ଆଦିକୁ ଶୁଣି ନଥିବା ଲୋକ କର୍କଟ ରୋଗରେ ପିଡ଼ିତ ହେଉଛନ୍ତି। ରୋଗ ପରେ ବିଭିନ୍ନ ପରୀକ୍ଷା ଓ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚରେ ନୟାନ୍ତ ହେଉଛନ୍ତି। ତେବେ ସତର୍କ ରହିଲେ ଏହି ରୋଗ ପାଖ ମାଡ଼ିବନି ବୋଲି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ଭୁବନେଶ୍ବର ସର୍କିଟ୍ ହାଉସ୍ ସଦ୍ଭାବନା ହଲଠାରେ ଏସିଆଇସି ସହଯୋଗରେ ଆୟୋଜିତ ବିଶ୍ବ କର୍କଟ ଦିବସ ପାଳନ ଅବସରରେ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଡ଼ ବିପିନ ବିହାରୀ ମିଶ୍ର ଏଥିରେ ସଭାପତିତ୍ବ କରି କହିଥିଲେ ଯେ, କର୍କଟ ରୋଗୀ ପଲିଥିନ୍ରେ ଖାଇବା ପିଇବା ଦୂରାଇବା ସହ ନିଶାଦ୍ରବ୍ୟଠୁ ଦୁରେଇ ରହିବା ଏଥି ସହ ବଭିନ୍ନ ପୁରୁଣା ପଦ୍ଧତିରେ ଚଳିବା ଦ୍ବାରା ଓ ସତର୍କ ରହିଲେ କର୍କଟ ପାଖକୁ ଆସିବନି। ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିବା ରୋଗୀଙ୍କୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ରହିବା ଖାଇବା ସୁବିଧା ଯୋଗାଇ ଦିଆଯାଉଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇଂ ବିପିନ ବିହାରୀ ନାୟକ, ରବୀନ୍ଦ୍ର ରାଉତରାୟ, ଡ଼ ଅଶୋକ କୁମାର ମହାପାତ୍ର, ବିଶ୍ବଜିତ କାନୁନଗୋ, ଦ୍ୱାରିକାନାଥ ଶତପଥୀ, ନିଶାକର ମହାନ୍ତି, ଇଂ ସରୋଜ ପଟ୍ଟନାୟକ, ମାନସ ମହାନ୍ତି, ଅସିତ ମହାନ୍ତି, ଦୀପକ ସାହୁ, ପ୍ରିୟଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଯେଉଁ ଅଞ୍ଚଳରେ ଅଧିକ କର୍କଟ ରୋଗୀ ଅଛନ୍ତି ଆଗାମୀ ଦିନରେ ସେହି ଅଞ୍ଚଳରେ ଅଧିକ ସଚେତନତା କରାଯିବ ବୋଲି ଘୋଷଣା ହୋଇଥିଲା।