ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗିରଫ : ଘରେ ଖୋଲିଥିଲେ ନକଲି ମଦ କାରଖାନା

ଢେଙ୍କାନାଳ : ଅବକାରୀ ବିଭାଗ ଦ୍ୱାରା ବଡ଼ ଧରଣର ରେଡ୍ କରାଯାଇ ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା। ଖବର ଅନୁସାରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି। ଏହି ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ।

ମଦ କାରଖାନା ଠାବ ପରେ ସେଠାରୁ ୫୧ ଲିଟର ନକଲି ମଦ ସହ ବୋତଲ ଜବତ କରାଯାଇଛି। ସେହିଭଳି ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଘଟଣାରେ ବିଜେଡି ଜିଲ୍ଲାପରିଷଦ ସଦସ୍ୟ, କନେଷ୍ଟବଳ, ଅନ୍ୟ ଜଣଙ୍କୁୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ। ଯାଜପୁର ଜଖପୁରା ଥାନାର କନେଷ୍ଟବଳ ସୁଶାନ୍ତ ଦଳେଇଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଛି।

୩ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀ ଓ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ସୁବାଷ। ରାଜନୈତିକ ରାଗ ରଖି ତାଙ୍କୁ ଫଶାଯାଇଥିବା କହିଛନ୍ତି ସୁବାଷ। ତେବେ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ।

Leave a Reply

Your email address will not be published. Required fields are marked *