ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନାନ୍ତର ହେଲା ୧ ନମ୍ବର ପରିବା ହାଟ

ଭୁବନେଶ୍ୱର : ରାଜଧାନୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର ଅର୍ଥାତ ବିକେନ୍ଦ୍ରୀକରଣ କରାଯାଇଛି । ଆଜିଠାରୁ ୧ ନମ୍ବର ପରିବା ହାଟ, ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି । ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।
ହେଲେ ହାଇସ୍କୁଲ ପଡ଼ିଆରେ ହାଟ ବସିବାକୁ ନେଇ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୧ ନମ୍ବର ହାଟରେ ୧୪ ଶହ ବେପାରୀ ବସୁଥିବାବେଳେ ହାଇସ୍କୁଲ ପଡ଼ିଆରେ ଜାଗା ଅଭାବ ହେଉଛି । ଏଣୁ ଅଧାରୁ ଅଧିକ ବେପାରୀ ଦୋକାନ ଖୋଲି ପାରିନାହାନ୍ତି । ଜାଗା ନ ମିଳିବାରୁ ବହୁ ବ୍ୟବସାୟୀ ଗାଁକୁ ପଳାଇଥିବା ଅଭିଯୋଗ ହୋଇଛି । ଏଣୁ ଆଉ କିଛି ଅସ୍ଥାୟୀ ଦୋକାନ ଖୋଲିବାକୁ ଦାବି କରିଛନ୍ତି । ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି ।

Leave a Reply

Your email address will not be published. Required fields are marked *