ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ୮ କୋଟି, ଆହୁରି ଖୋଜୁଛି ଇଡି

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମଙ୍ଗଳବାର ବେଆଇନ୍‌ ବାଲି ଖନନ ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା ଇଡି। ଏକା ଥରକେ ୧୦ରୁ ୧୨ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ଚଢ଼ାଉ ବେଳେ ଇଡି ହାତରେ ଲାଗିଛି କୋଟି କୋଟି ଟଙ୍କା। ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରକୁ ମିଳିଛି ନଗଦ ୭ କୋଟି ୯ ଲକ୍ଷ ଟଙ୍କା।ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କ ମୋହାଲି ସ୍ଥିତ ଘରେ ଇଡି ଚଢ଼ାଉ କରିଥିଲା। କେବଳ ମୋହାଲି ସ୍ଥିତ ଘର ନୁହେଁ ଏଭଳି ୧୦ରୁ ୧୨ଟି ଠିକଣା ଉପରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ୭.୯ କୋଟି ଟଙ୍କା ଜବତ କରିଥିଲା ଇଡି। ଏହି ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ନଗଦ ୯ କୋଟି ୯ ଲକ୍ଷ ଟଙ୍କା ଜବତ ହୋଇଛି। ଆଜି ବି ଇଡି ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *