ଓଡ଼ିଶାର ୧୩୯ ପ୍ରକାର ଶାଗରୁ ଜାଣନ୍ତୁ ଆପଣ କେତେ ଶାଗ ଖାଇଛନ୍ତି : ମହାପ୍ରସାଦରେ କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ହୁଏ ଲାଗି

ଶାଗର ଭୂମିକା କେବଳ ଖାଦ୍ୟରେ ସୀମିତ ନୁହେଁ, ଏହା ଓଡ଼ିଆ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଭିନ୍ନ ପର୍ବପର୍ବାଣିରେ ଶାଗ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପ୍ରଥା ରହିଛି। ଜଗନ୍ନାଥଙ୍କ ମହାପ୍ରସାଦରେ ମଧ୍ୟ କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ସାମିଲ ହୋଇଥାଏ।

ଓଡ଼ିଆ ଖାଦ୍ୟାଭ୍ୟାସରେ ଶାଗର ସ୍ଥାନ ସ୍ବତନ୍ତ୍ର। ଏହା ଦୈନନ୍ଦିନ ଖାଦ୍ୟପେୟରେ ସହଜରେ ମିଶିଯାଇପାରୁଥିବା ବ୍ୟଞ୍ଜନ। ଶାଗକୁ ଭାଜି, ଖରଡ଼ି ବା ତରକାରି କରି ଖିଆଯାଇପାରେ। ଶାଗ ସୁଲଭ ହୋଇଥିବାବେଳେ ଆମ ଶରୀର ପାଇଁ ଏହା ଅତ୍ୟନ୍ତ ହିତକର। ପ୍ରାୟ ସବୁପ୍ରକାର ଶାଗରେ ପ୍ରଚୁର ଲୌହସାର ସମେତ ବିଭିନ୍ନ ଖାଦ୍ୟସାର ରହିଥାଏ। ତେବେ ଶାଗର ଭୂମିକା କେବଳ ଖାଦ୍ୟରେ ସୀମିତ ନୁହେଁ, ଏହା ଓଡ଼ିଆ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଭିନ୍ନ ପର୍ବପର୍ବାଣିରେ ଶାଗ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପ୍ରଥା ରହିଛି। ଜଗନ୍ନାଥଙ୍କ ମହାପ୍ରସାଦରେ ମଧ୍ୟ କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ସାମିଲ ହୋଇଥାଏ। ଓଡ଼ିଶାରେ ଶତାଧିକ ପ୍ରକାର ଶାଗ ଖିଆଯାଇଥାଏ। ନିମ୍ନୋକ୍ତ ଶାଗଗୁଡ଼ିକ ମଧ୍ୟରୁ ଆପଣ କେତୋଟିର ନାମ ଜାଣିଛନ୍ତି ବା ଖାଇଛନ୍ତି ପରୀକ୍ଷା କରନ୍ତୁ।

୧- ପାଳଙ୍ଗ ଶାଗ, ୨- କୋଶଳା ଶାଗ, ୩- ସଜନା ଶାଗ, ୪- ଲେଉଟିଆ ଶାଗ, ୫- ଖଡ଼ା ଶାଗ, ୬- ପୋଇ ଶାଗ, ୭- କଳମ ଶାଗ, ୮- ସୁନୁସୁନିଆ ଶାଗ, ୯- ମେଥି ଶାଗ, ୧୦- ସୋରିଷ ଶାଗ, ୧୧- ଅଣିଚଣା ଶାଗ, ୧୨- ମଦରଙ୍ଗା ଶାଗ, ୧୩- ପୀତଗମା ଶାଗ, ୧୪- ଶ୍ୱେତପର୍ଣ୍ଣୀ ଶାଗ, ୧୫- ଲାଉ ପତ୍ର/ଡଙ୍କ ଶାଗ, ୧୬- କଖାରୁ ପତ୍ର/ଡଙ୍କ ଶାଗ, ୧୭- ମାରିଶ ଶାଗ, ୧୮- ଚଣା ଶାଗ, ୧୯- ବାଥୁଆ ଶାଗ, ୨୦- ଗନ୍ଧଳି ପତ୍ର ଶାଗ, ୨୧- ମୂଳାପତ୍ର ଶାଗ, ୨୨- କୋବିପତ୍ର ଶାଗ, ୨୩- ଅଗସ୍ତି ଶାଗ, ୨୪- ଆମ୍ବଳିତି ଶାଗ ୨୫- ଅମ୍ଲଲୋଣିକା, ୨୬- ଖଟା ପାଳଙ୍ଗ, ୨୭- ଅଳ୍ପମାରିଷ ଶାଗ, ୨୮- କାଣିଲେଉଟିଆ ଶାଗ, ୨୯- କଣ୍ଟାଲେଉଟିଆ ଶାଗ, ୩୦- କଣ୍ଟାମାରିଷ ଶାଗ, ୩୧- ସଲୋଜ ଶାଗ , ୩୨- ଇନ୍ଦ୍ରମାରିଷ/ ଝଡ଼ା ଶାଗ, ୩୩- ନାକରଣା ଶାଗ , ୩୪- ଓଲପାଏର ଶାଗ, ୩୫- କଇଁଜର ଶାଗ, ୩୬- କଚରଙ୍ଗା ଶାଗ, ୩୭- କଞ୍ଚଟ ଶାଗ, ୩୮- କଞ୍ଜେର ଶାଗ, ୩୯- କନିଶିରି ଶାଗ , ୪୦- ମୁଥା ଶାଗ, ୪୧- ବ୍ରାହ୍ମୀ ଶାଗ, ୪୨- କପୂରା ଶାଗ, ୪୩- କଳମ୍ବ ଶାଗ, ୪୪- କାନ୍‌ସିଡ଼ା ଶାଗ, ୪୫- କାଳ କାସୁନ୍ଦି ଶାଗ , ୪୬- କାନ୍ଦୁରୀ ଶାଗ, ୪୭- କାଶମର୍ଦ୍ଦ ଶାଗ, ୪୮- କୁଇଲେର୍‌ ଶାଗ, ୪୯- କୁକୁର୍‌ଝୁଣ୍ଟିଆ ଶାଗ, ୫୦- କୋଇଲିଖିଆ ଶାଗ ୫୧- କୁଳିକା, ୫୨- କୁଲ୍ୟାଳି ଶାଗ, ୫୩- କେନା ଶାଗ, ୫୪- ଲଟା କୋଶଳା, ୫୫- ଡେଙ୍ଗା କୋଶଳା, ୫୬- ଗଧପୂର୍ଣ୍ଣୀ/ ଗଦହପୁରାନା ଶାଗ, ୫୭- ଶ୍ୱେତପର୍ଣ୍ଣୀ ଶାଗ, ୫୮- ପୁନର୍ନବା ଶାଗ, ୫୯- ଗନ୍ଧଣା ଶାଗ, ୬୦- ଗୟାଖଡ଼ା ଶାଗ, ୬୧- ଗିରେଲ୍‌ ଶାଗ , ୬୨- ଗୁବି ଶାଗ, ୬୩- ଗୁର୍ରୁ ଶାଗ, ୬୪- ଗୋବରିଆ ଖଡ଼ା ଶାଗ , ୬୫- ହିଡ଼ମିଚି ଶାଗ, ୬୬- ଚଞ୍ଚୁ ଶାଗ, ୬୭- ଚନ୍ଦ୍ରିଳ ଶାଗ, ୬୮- ଚିତା ଶାଗ, ୬୯- ଚୋଖି ଶାଗ, ୭୦- ଜଳବ୍ରହ୍ମୀ ଶାଗ, ୭୧- ଜାଫରାନ୍‌ ଶାଗ , ୭୨- ଝୁମ୍ପୁଡ଼ି ଶାଗ, ୭୩- ଟଙ୍ଗବଥୁଆ ଶାଗ, ୭୪- ପୃକ୍କା ଶାଗ/ପିଡ଼ଙ୍ଗ , ୭୫- ପିତା ଶାଗ, ୭୬- କଲରା ପତ୍ର ଶାଗ, ୭୭- ତିତିରି ଶାଗ, ୭୮- ହିଲମୋଚିକା ଶାଗ , ୭୯- ଧଣିଆଁ /ଧଣିଚା ଶାଗ, ୮୦- ନଖପୁଙ୍ଖୀ ଶାଗ, ୮୧- ନାଲି ପୁରୁଣା ଶାଗ , ୮୨- ନରଡ଼ ଡଙ୍କ ଶାଗ, ୮୩- ନଳିତା ଶାଗ, ୮୪- ନଳିକା ଶାଗ, ୮୫- ନଳିଚା ଶାଗ, ୮୬- ନାଜକୁରି ଶାଗ, ୮୭- ନାଡ଼ିପତ୍ର ଶାଗ, ୮୮- କଳା ଚାକୁଣ୍ଡା ଶାଗ , ୮୯- ନାଲି କୋଶଳା, ୯୦- ପରବତ କାଉଁରିଆ ଶାଗ, ୯୧- ପାଏନ୍‌ ଶାଗ, ୯୨- ପାଣି ଲାଜକୁଳୀ ଶାଗ , ୯୩- ପାଣି ଲେଉଟିଆ ଶାଗ, ୯୪- ପାଣି ଶୋଲରି ଶାଗ, ୯୫- ପିଆଜ ପତ୍ର/ନାଡ଼ ଶାଗ, ୯୬- ପିତା ଗହମା ଶାଗ, ୯୭- ପୁଦିନା ଶାଗ, ୯୮- ପୁରୁଣୀ ଶାଗ, ୯୯- ପୂନେଇ ଶାଗ, ୧୦୦- ପେଟଫୁଲା ଶାଗ, ୧୦୧- ଫାନ୍ଦି ଶାଗ, ୧୦୨- ବଦର ଶାଗ, ୧୦୩- ବରହଡ଼ା ଶାଗ, ୧୦୪- ବରହମ୍‌ ଝାଁଟ୍‌, ୧୦୫- ବର୍ଷକେତୁ ଶାଗ, ୧୦୬- ବର୍ଶାଙ୍ଗୀ ଶାଗ, ୧୦୭- ବଲବଲିଆ ଶାଗ, ୧୦୮- ବସୁକ ଶାଗ, ୧୦୯- ବାଘ ଲହଡ଼ା ଶାଗ, ୧୧୦- ବାଳୁ ବାଳୁ ଶାଗ, ୧୧୧- ବାଷ୍ପକ ଶାଗ, ୧୧୨- ବିଚ୍ଛତ୍ରକ ଶାଗ, ୧୧୩- ବିଷଘ୍ନୀ ଶାଗ, ୧୧୪- ବୀର ଶାକ/ଧଳା ବାଥୁଆ , ୧୧୫- ବୁଟ ଶାଗ, ୧୧୬- ଭାଲାଙ୍କ ଶାଗ, ୧୧୭- ମତ୍ସ୍ୟାକ୍ଷୀ ଶାଗ, ୧୧୮- ମଦଘ୍ନୀ ଶାଗ, ୧୧୯- ମଧୁରା ଶାଗ, ୧୨୦- ମନୁ ଶାଗ, ୧୨୧- ମହାରୁଣ୍ଠା ଶାଗ, ୧୨୨- ମୁଠି ଶାଗ, ୧୨୩- ମୁଣ୍ଡିକା ଶାଗ, ୧୨୪- ମୁନ୍‌ମୁନିଆ ଶାଗ, ୧୨୫- ମୂଳା ଶାଗ, ୧୨୬- ମେଥି ଶାଗ, ୧୨୭- ମେଣ୍ଢୀ ଶାଗ, ୧୨୮- ଯବ ଶାଗ, ୧୨୯- ରକ୍ତକାଣ୍ଡ ଶାଗ, ୧୩୦- ରାଜଗିରା ଶାଗ, ୧୩୧- ରୋଚନୀ ଶାଗ, ୧୩୨- ଲଙ୍କାପିକା ଶାଗ, ୧୩୩- ଲହ ଶାଗ, ୧୩୪- ଲାଙ୍ଗଳୀ ଶାଗ, ୧୩୫- ଲୁଣି ଶାଗ , ୧୩୬- ଲୋଣି ଶାଗ, ୧୩୭- ଜଳ ପିପ୍ପଳୀ ଶାଗ, ୧୩୮- ଶଦରଙ୍ଗା ଶାଗ/ଶାଳିଥି/ଶାଲିଞ୍ଚ, ୧୩୯- ସୁକୁ ମଦରଙ୍ଗା ଶାଗ।

– ରମାକାନ୍ତ ମହାପାତ୍ର
ସୌଜନ୍ୟ: ସାମାଜିକ ଗଣମାଧ୍ୟମ

Leave a Reply

Your email address will not be published. Required fields are marked *