ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି ; ୧୫ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବ‌ନେଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ପଞ୍ଚାୟତିରାଜ ବିଭାଗ ଦ୍ୱାରା ଏହି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଅଥାର୍ତ ୩ ତାରିଖ ସୁଦ୍ଧା ଏବାବଦରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯିବ । ସାଧାରଣ ଲୋକେ ସେମାନଙ୍କର ଅଭିଯୋଗ ଇମେଲ ଯୋଗେ ଦାଖଲ କରିପାରିବେ । ଆଉ ଏହାପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରକାଶ ପାଇଥିବା ସାନି ବିଜ୍ଞପ୍ତିରେ ୧୫ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । କନ୍ଧମାଳ, କେନ୍ଦ୍ରାପଡା,କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡା, ସମ୍ବଲପୁର ଜିଲ୍ଲାର ଜିଲ୍ଲା ପରିଷଧ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ସେହିଭଳି ଅନୁଗୁଳ, କଟକ, କଳାହାଣ୍ଡି, କେଉଁଝର, ଗଜପତି, ଦେଓଗଡ, ନୟାଗଡ, ବରଗଡ, ବାଲେଶ୍ୱର, ସୁବର୍ଣ୍ଣପୁର ଜିଲ୍ଲାକୁ ଅଣ ସଂରକ୍ଷିତ ରଖାଯାଇଛି । ଖୋର୍ଦ୍ଧା, ଝାରସୁଗୁଡା, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ପୁରୀ, ବଲାଙ୍ଗୀର, ସମ୍ବଲପୁରକୁ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଜାନୁଆରି ୫ ତାରିଖରେ ଆପତ୍ତି ଅଭିଯୋଗର ଶୁଣାଣି କରି ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ପଂଚାୟତିରାଜ ବିଭାଗ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦେବ ।

Leave a Reply

Your email address will not be published. Required fields are marked *