ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖବନ୍ଧରେ କାରକୁ ଧକ୍କା ଦେଲା ହାଇୱା: ୨ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖବନ୍ଧରେ ଏକ କାରକୁ ଏକ ହାଇୱା ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତାହତମାନେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର। ସେମାନେ ଏକ ବିବାହ ଭୋଜି ଖାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଳାଙ୍ଗ ଅଞ୍ଚଳକୁ ଯାଉଥିବା ବେଳେ ଦିନ ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିପରୀତ ଦିଗରୁ ଆସୁଥିବା ହାଇୱା କାର୍‌ଟିକୁ ପିଟି ଦେଇଥିଲା। କାରଟି ପୂରା ନଷ୍ଟ ହୋଇଯାଇଥିବା ବେଳେ ମୃତାହତମାନେ ତା’ ଭିତରେ ଚାପି ହୋଇ ରହି ଯାଇଥିଲେ । ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *