ବାଇକକୁ ଧକ୍କା ଦେଲା ବସ୍, ଗୋଟିଏ ପରିବାରର ୩ ମୃତ

ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତା ଜାତୀୟ ରାଜପଥ ୨୬ ସିନଖମନ ନିକଟରେ ଥିବା ରାଣୀବନ୍ଧ ବୁଲାଣିଠାରେ ଏକ ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଶିଶୁ ସହ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ବର୍ତ୍ତମାନ ଉକ୍ତ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ଆଜି ଦିନ ୧୨ ଟା ସମୟରେ ବଲାଙ୍ଗୀରରୁ ଟିଟିଲାଗଡ଼ ଯାଉଥିବା ଗଣପତି ବସ ସହ ଦେଓଗାଁ ପଟରୁ ଯାଉଥିବା ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *