ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ମାତ୍ର ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ଆତଙ୍କବାଦୀ । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା ଓ ଜୈଶ-ଏ-ମହମ୍ମଦର ୫ ଜଣ ସଦସ୍ୟ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଆତଙ୍କବାଦୀ ଜୈଶ-ଏ-ମହମ୍ମଦର କମାଣ୍ଡର ଜାହିଦ୍ ୱାନୀ ନିହତ ହୋଇଛି । ଏନକାଉଣ୍ଟରରେ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଜମ୍ମୁ କଶ୍ମୀରର ୨ଟି ସ୍ଥାନରେ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ପୁଲୱାମା ଓ ବଡ଼ଗାମରେ ଏନକାଉଣ୍ଟର ହୋଇଥିବା ବେଳେ, ପୁଲୱାମାରେ ୪ ଓ ବଡ଼ଗାମରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ଜମ୍ମୁ କାଶ୍ମୀରର ଆଇଜିପି ସୂଚନା ଦେଇଛନ୍ତି । ସୂଚନା ମୁତାବକ ଜାହିତ ୱାନୀ ଜମ୍ମୁ କଶ୍ମୀରରେ ଜୈଶର ଶୀର୍ଷ କ୍ୟାଡର ଭିତରୁ ଜଣେ । ଜାହିଦ ଲେଟପୁରା ଘଟଣାରେ ସାମିଲ ଥିଲା, ଯେଉଁ ଘଟଣାରେ ୨୦୧୯ ଫେବ୍ରୁଆରୀ ୧୪ ତାରିଖ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ବର୍ତ୍ତମାନ ପୁଣି ଏହି ଆତଙ୍କବାଦୀ ମାନେ ଆଉ ଏକ ଆତଙ୍କ ରଚିବାକୁ ଭଦ୍ୟମ କରୁଥିବା ଜଣାପିଡ଼ିଥିଲା ।

Leave a Reply

Your email address will not be published. Required fields are marked *