ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ମିଳିବ ‘୫୬ ଇଞ୍ଚ ମୋଦି ଜି ଥାଳି’; ପୂରା ଖାଇପାରିଲେ ମିଳିବ ୮ ଲକ୍ଷ ଟଙ୍କା

ନୂଆ ଦିଲ୍ଲୀ: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ‘ସ୍ୱତନ୍ତ୍ର ଥାଳି’ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର କନନାଟ୍ ପ୍ଲେସରେ ଅବସ୍ଥିତ ARDOR 2.1 ରେଷ୍ଟୁରାଣ୍ଟରେ ୫୬ଟି ଆଇଟମ୍ ବିଶିଷ୍ଟ ଏକ ବଡ଼ ଆକାରର ଥାଳି ପ୍ରଦାନ କରାଯିବ, ଯେଉଁଥିରେ ଗ୍ରାହକ ଉଭୟ ଭେଜ୍ ଏବଂ ଅଣ ଭେଜ୍ ଖାଦ୍ୟ ପାଇବେ।

ରେଷ୍ଟୁରାଣ୍ଟ ମାଲିକ ସୁମିତ କାଲାର ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି, ପିଏମ ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ସେ ଆମ ଦେଶର ଗର୍ବ ଓ ଆମେ ତାଙ୍କ ଜନ୍ମଦିନରେ ତାଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେବାକୁ ଚାହୁଁଛୁ। ସେଥିପାଇଁ ଆମେ ଏହି ଗ୍ରାଣ୍ଡ ଥାଳି ଲଞ୍ଚ କରିବାକୁ ସ୍ଥିର କଲୁ, ଯାହାର ନାମ ଆମେ ‘୫୬ ଇଞ୍ଚ ମୋଦି ଜି ଥାଳି’ ରଖିଛୁ। ଆମେ ତାଙ୍କୁ ଏହି ଥାଳି ଉପହାର ଦେବାକୁ ଚାହୁଁଛୁ ଓ ସେ ଆସି ଏଠାରେ ଖାଆନ୍ତୁ ବୋଲି ଆମର ଆଶା। କିନ୍ତୁ ସୁରକ୍ଷା କାରଣରୁ ଆମେ ତାହା କରିପାରିବୁ ନାହିଁ। ତେଣୁ ତାଙ୍କର ସମସ୍ତ ପ୍ରଶଂସକଙ୍କ ପାଇଁ ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ଦୟାକରି ଆସନ୍ତୁ ଓ ଏହି ଥାଳି ଉପଭୋଗ କରନ୍ତୁ”।

କେବଳ ସେତିକି ନୁହେଁ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ଏହି ବିଶେଷ ଥାଳିରେ ଅନେକ ପୁରସ୍କାର ରଖିଛନ୍ତି। ଯଦି ଏକ ଜଣେ ବ୍ୟକ୍ତି ଏହି ପ୍ଲେଟକୁ ୪୦ ମିନିଟ୍ ମଧ୍ୟରେ ସମାପ୍ତ କରନ୍ତି, ତେବେ ତାଙ୍କୁ ସାଢ଼େ ଆଠ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ସହିତ କେଦାରନାଥ ଯାତ୍ରା ସୁବିଧା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *