ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ସାରସ୍ୱତ ସମାରୋହ

ଭୁବନେଶ୍ୱର : ନାରୀ କେବଳ ସମାଜର ଅବିଛେଦ୍ୟ ଅଙ୍ଗ ନୁହେଁ, ନାରୀ ସର୍ବଦା ସମାଜରେ ସ୍ୱତନ୍ତ୍ର ସ୍ଥାନର ଅଧିକାରିଣୀ | ଆମ ସମାଜକୁ ସୁସ୍ଥ ଓ ସୁନ୍ଦର କରିବା ଦିଗରେ ନାରୀର ଭୂମିକା ପ୍ରଶଂସନୀୟ ବୋଲି ଦୈନିକ ‘ ସମ୍ବାଦ ‘ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ମତ ବ୍ୟକ୍ତ କରି ଆମ ସାହିତ୍ୟରେ ସରଳା ଦେବିକା ଠାରୁ ଶୈଳବାଳା ମହାପାତ୍ରଙ୍କ ଭଳି ସ୍ରଷ୍ଠାଙ୍କା ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ |
ଆଜି ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ସାହିତ୍ୟ ସଂସଦର ମୁଖପତ୍ର ‘ ଶୈଳଜା ‘ ଉନ୍ମୋଚନ କରିବା ସହ ବିଶିଷ୍ଟ ସମାଲୋଚିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କୁ ‘ ଶୈଳଜା ସମ୍ମାନ ‘ ରେ ସମ୍ମାନିତ କରିଥିଲେ | ଏହି ଅବସରରେ ସଭାପତି ଇଂ. ଗୌରଚନ୍ଦ୍ର ମହାପାତ୍ରଙ୍କ କବିତା ପୁସ୍ତକ ‘ ମନର ଫୁଲ ବଗିଚା ‘, ପ୍ରମୋଦ କୁମାର ମହାନ୍ତିଙ୍କ ‘ ସାଇକୃପା ଆଧ୍ୟାତ୍ମିକ ପତ୍ରିକା’, ସଦାନନ୍ଦ ଗୁରୁଙ୍କ ‘ ଜୀବନ ଗୀତିକା ‘ ଓ କବି ସତ୍ୟବାଦୀ ବଳିଆରସିଂହଙ୍କ ‘ଅର୍ପଣ’ ମୁଖ୍ୟଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା |
ସାହିତ୍ୟ ସଂସଦର ଉପସଭାପତି ଭାଷାବିଜ୍ଞାନୀ ଡକ୍ଟର ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଡକ୍ଟର ପ୍ରତିମାରାଣୀ ମିଶ୍ର ( ଷଡ଼ଙ୍ଗୀ )
ବେଦପାଠ କରିଥିବାବେଳେ ଶୈଳବାଳାଙ୍କ ପୁତ୍ର ଦେବାଶିଷ ମହାପାତ୍ର ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ | ଏହି ଅବସରରେ ଡକ୍ଟର ସୁଚେତା ରାଉତଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ କବି, ଅଧ୍ୟାପିକା ସୌଦାମିନୀ ବେହେରା ଓ କବି ଶ୍ରୀମତୀ ଚମକଚନ୍ଦିନୀ ଦାଶ ସଂଯୋଜନା କରିଥିବାବେଳେ ବିଶିଷ୍ଟ କବି ଗୋଲକ ବିହାରୀ ନାୟକ କବିତା ଗୁଡିକର ସମୀକ୍ଷା ଓ ମୂଲ୍ୟାୟନ କରିଥିଲେ | ସାରସ୍ୱତ ସମାରୋହର ଅଧ୍ୟକ୍ଷ ଇଞ୍ଜିନିୟର ଗୌରଚନ୍ଦ୍ର ମହାପାତ୍ର ସାହିତ୍ୟ ସଂସଦର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିବାବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା କବି, କଳାକାର, ସମାଜସେବୀଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା |
ସମ୍ମାନୀତ ଅତିଥି କର୍ଣ୍ଣେଲ ଶିବପ୍ରସାଦ ରଥ ସେନାବାହିନୀରେ ନାରୀର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ | କୋଭିଡ ନିୟମାବଳୀ ପାଳନ ପୂର୍ବକ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ କବି ତଥା ସାଂସଦର ସହସଂପାଦକ ପୂର୍ଣ୍ଣନନ୍ଦ ମହାନ୍ତି ଧନ୍ୟବାଦାର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *