ଭିଜିଲାନ୍ସ ଜାଲରେ ଭୁବନେଶ୍ବର ITDAର ସହକାରୀ ନିର୍ଦେଶକ ସଞ୍ଜୟ କେସପେଟା

କୋରାପୁଟ/ଭୁବନେଶ୍ବର:ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଆଇଟିଡିଏ (ITDA)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୋମବାର ସକାଳୁ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ କୋରାପୁଟ ସହରର ଟିକିରା ସାହି ସ୍ଥିତ ତାଙ୍କ ବାସଭବନରେ ତଲାସି ଆରମ୍ଭ କରିଥିଲା। ଏହାସହ ପରବ ପଡ଼ିଆ ଯିବା ରାସ୍ତାରେ ଥିବା ତାଙ୍କର ଏକ ହୋଟେଲରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି।

କୋରାପୁଟର ITDAର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଏବେକାର (ଓଡ଼ିଶା ନିର୍ମାଣ ନିଗମ) ଲିମିଟେଡର ନିର୍ବାହୀ ଯନ୍ତ୍ରୀ(ଭୁବନେଶ୍ୱର)ଙ୍କ ଦ୍ୱାରା ଆୟବହିର୍ଭୁତ ସମ୍ପତ୍ତି ଠୁଳ ପାଇଁ ଆୟକର ବିଭାଗ ଦ୍ୱାରା ଆୟବର୍ହିଭୂତ ସମ୍ପତ୍ତି) ରଖିବା ଅଭିଯୋଗରେ, ଜୟପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସର ମାନ୍ୟବର କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ଜଣ DSP, ୮ ଜଣ ଇନ୍ସପେକ୍ଟର, ୭ ଜଣ ASI ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି।

Leave a Reply

Your email address will not be published. Required fields are marked *