ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଶକ୍ତି ସପ୍ତାହକୁ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଛନ୍ତି। ଚୁକ୍ତିକୁ ସମସ୍ତ ଚୁକ୍ତିର ଜନନୀ ବୋଲି ଅଭିହିତ କରି ସେ କହିଛନ୍ତି ଏହା ଭାରତ ପାଇଁ ଏକ ବିରାଟ ସୁଯୋଗ ଆଣିବା ସହିତ ଭାରତ ଉପରେ ବିଶ୍ୱର ବିଶ୍ୱାସକୁ ବୃଦ୍ଧି କରିବ। ଏହି ଚୁକ୍ତି ବିଶ୍ୱ ଜିଡିପିର ୨୫ ପ୍ରତିଶତ ପ୍ରତିନିଧିତ୍ୱ କରେ। ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ଉଭୟ ଦେଶ ବହୁ ବର୍ଷ ଧରି ଏକ ଏଫଟିଏ ବିଷୟରେ ଆଲୋଚନା କରିଆସୁଥିଲେ। ଭାରତ ଓ ୟୁରୋପୀୟ ସଂଘ ୨୦୦୭ ମସିହାରେ ଏଫ୍‌ଟିଏ ଉପରେ ଆଲୋଚନା ଆରମ୍ଭ କରିଥିଲେ। ୨୦୧୩ ମସିହାରେ, କିଛି ସମସ୍ୟା ଯୋଗୁ ଆଲୋଚନା ସ୍ଥଗିତ ରହିଥିଲା। ୨୦୨୨ ମସିହା ଜୁନରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା। ୧୮ ପର୍ଯ୍ୟାୟ ଆଲୋଚନା ପରେ ଏଫ୍‌ଟିଏ ଚୂଡ଼ାନ୍ତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତ-ୟୁକେ ବାଣିଜ୍ୟ ଚୁକ୍ତିନାମାକୁ ପରିପୂରକ। ଏହା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଓ ଆନୁଷଙ୍ଗିକ ସେବା କ୍ଷେତ୍ରକୁ ଲାଭ ଦେବ। ସେ କହିଛନ୍ତି, “ଭାରତ ଶକ୍ତି କ୍ଷେତ୍ର ପାଇଁ ସୁଯୋଗର ଏକ ଭୂମି। କାରଣ ଚାହିଦା ନିରନ୍ତର ବୃଦ୍ଧି ପାଉଛି। ଚଳିତ ଦଶନ୍ଧି ଶେଷ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତ ଖୁବ୍ ଶୀଘ୍ର ବିଶ୍ୱର ସର୍ବବୃହତ ତୈଳ ବିଶୋଧନ କେନ୍ଦ୍ର ହେବ। ଦେଶର କ୍ଷମତା ୨୬୦ ମେଟ୍ରିକ୍ ଟନ୍‌ରୁ ୩୦୦ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇବ।”

Leave a Reply

Your email address will not be published. Required fields are marked *