ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆର ଘୋଷଣା ; ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ, ଉନ୍ମୋଚିତ ହେବ ଲୋଗୋ

ଭୁବନେଶ୍ଵର : ସମଗ୍ର ଦେଶର ସାମ୍ବାଦିକମାନଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ । ଏହି କ୍ରମରେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ଆୟୋଜିତ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ସମଗ୍ର ଓଡ଼ିଶାରୁ ଦୁଇହଜାରରୁ ଉର୍ଦ୍ଧ୍ବ ସାମ୍ବାଦିକ ସମ୍ମଳିତ ହେବେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାରମାନ ଆୟୋଜନ ହେବ । ଏଥିରେ ଦେଶର ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ନେତୃତ୍ବ ନେଉଥିବା ସାମ୍ବାଦିକ ନେତାମାନେ ସେମାନଙ୍କ ବିୟର ବିମର୍ଷ କରି ପରିବେଷଣ କରିବେ । ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହେବ । ପରବର୍ତୀ ସମୟରେ ‘ଲୋଗୋ’ର ବହୁଳ ବ୍ୟବହାର ଓ ବିଗର ଆଦାନ ପ୍ରଦାନ ପାଇଁ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ସମେତ ଦେଶ ବାହାରେ ଜର୍ଣାଲିଷ୍ଟ କଂଗ୍ରେସର ଆୟୋଜନ କରାଯିବ । ଇଣ୍ଡିଆନ ଜର୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରସ୍ତର ଓ ପ୍ରସାର ପାଇଁ ୨୦୨୪ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସୁଦୃଶ୍ୟ ମାସ୍କଟର ଉନ୍ମୋଚନ କରାଯିବ । ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ସମସ୍ତ ସାମ୍ବାଦିକ ସଂଗଠନମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ଜେଡ଼ିସିଆଇର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ସଭାପତି ଗୋପାଳକୃଷ୍ଣ ମହାପାତ୍ର, ସହ ଅଧ୍ୟକ୍ଷ ବିଭୂତି ଭୂଷଣ କର, ମହାସଚିବ ସନତ ମିଶ୍ର, ଯୁଗ୍ମ ସଚିବ ପବିତ୍ର ମହାରଥା, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀରାମ ଦାସ, ପିତବାସ ମିଶ୍ର, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଅର୍ଥ ସଚିବ ନିମାଇଁ ଚରଣ ଦାସ, ପାର୍ଥସାରଥୀ ଜେନା, ସନାତନ ଦଳବେହେରା, ଲିଙ୍ଗରାଜ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।ନ ଜର୍ଣ୍ଣାଲିଷ୍ଟ କଂଗ୍ରେସ, ଉନ୍ମୋଚିତ ହେବ ଲୋଗୋ ଭୁବନେଶ୍ଵର, ୧୪.୧୨ : ସମଗ୍ର ଦେଶର ସାମ୍ବାଦିକମାନଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ । ଏହି କ୍ରମରେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ଆୟୋଜିତ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ସମଗ୍ର ଓଡ଼ିଶାରୁ ଦୁଇହଜାରରୁ ଉର୍ଦ୍ଧ୍ବ ସାମ୍ବାଦିକ ସମ୍ମଳିତ ହେବେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାରମାନ ଆୟୋଜନ ହେବ । ଏଥିରେ ଦେଶର ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ନେତୃତ୍ବ ନେଉଥିବା ସାମ୍ବାଦିକ ନେତାମାନେ ସେମାନଙ୍କ ବିୟର ବିମର୍ଷ କରି ପରିବେଷଣ କରିବେ । ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହେବ । ପରବର୍ତୀ ସମୟରେ ‘ଲୋଗୋ’ର ବହୁଳ ବ୍ୟବହାର ଓ ବିଗର ଆଦାନ ପ୍ରଦାନ ପାଇଁ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ସମେତ ଦେଶ ବାହାରେ ଜର୍ଣାଲିଷ୍ଟ କଂଗ୍ରେସର ଆୟୋଜନ କରାଯିବ । ଇଣ୍ଡିଆନ ଜର୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରସ୍ତର ଓ ପ୍ରସାର ପାଇଁ ୨୦୨୪ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସୁଦୃଶ୍ୟ ମାସ୍କଟର ଉନ୍ମୋଚନ କରାଯିବ ।

ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ସମସ୍ତ ସାମ୍ବାଦିକ ସଂଗଠନମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ଜେଡ଼ିସିଆଇର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ସଭାପତି ଗୋପାଳକୃଷ୍ଣ ମହାପାତ୍ର, ସହ ଅଧ୍ୟକ୍ଷ ବିଭୂତି ଭୂଷଣ କର, ମହାସଚିବ ସନତ ମିଶ୍ର, ଯୁଗ୍ମ ସଚିବ ପବିତ୍ର ମହାରଥା, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀରାମ ଦାସ, ପିତବାସ ମିଶ୍ର, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଅର୍ଥ ସଚିବ ନିମାଇଁ ଚରଣ ଦାସ, ପାର୍ଥସାରଥୀ ଜେନା, ସନାତନ ଦଳବେହେରା, ଲିଙ୍ଗରାଜ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *