ପ୍ରେରଣା ସମ୍ମାନରେ ସମ୍ମାନିତ ହେଲେ ମାଟ୍ରିକ୍ ପରୀକ୍ଷାରେ ସଫଳ ଦିବ୍ୟାଙ୍ଗ

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାରେ ଦିବ୍ୟାଙ୍ଗ ପିଲାମାନଙ୍କର ସଫଳତାକୁ ପାଳନ କରିବା ପାଇଁ ଆଜି ରାଜଧାନୀର ଭଞ୍ଜକଳା ମଣ୍ଡପରେ ଅଷ୍ଟମ ପ୍ରେରଣା ସମାରୋହ ଅନୁଷ୍ଠିତ ହୋଇଥିଲା | ୨୦୧୪ ମସିହାରେ ଆରମ୍ଭ ହୋଇଥୁବା ଏହି ପ୍ରେରଣା ସମ୍ମାନ, ଓଡ଼ିଶାର ସମସ୍ତ ଜିଲ୍ଲାର ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ସଫଳତା ପାଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥାଏ | ଓଡିଶାରେ ଭିନ୍ନ ରୂପରେ ସକ୍ଷମ ଏହି ଛାତ୍ରଛାତ୍ରୀ ମାନଙ୍କ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକକାଳୀନ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଏହା ଏକ ପ୍ରୟାସ | ସ୍ବାଭିମାନ ତିରିଶଟି ଜିଲ୍ଲାର ୧୦୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେଉଁମାନେ ୮୫% ରୁ ଅଧିକ ନମ୍ବର ରଖୁଛନ୍ତି ସେମାନଙ୍କୁ ସମ୍ମାନିତ କରିଛନ୍ତି । ସେମାନେ ମାସିକ ୧୦୦ ଟଙ୍କା ଛାତ୍ରବୃତ୍ତି ପାଇବେ | ୨୨ ଜଣ ଛାତ୍ରଛାତ୍ରୀ, ଯେଉଁମାନେ ୯୦% ଏବଂ ତତୁର୍ଦ୍ଧ ନମ୍ବର ରଖୁଛନ୍ତି
ସେମାନଙ୍କୁ ୩୦୦୦ ଟଙ୍କା ମୂଲ୍ୟର ପାଠ୍ୟ ପୁସ୍ତକ ସହ ସ୍ବର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା; ଛାତ୍ରଛାତ୍ରୀ, ଯେଉଁମାନେ ୮୪-୮୯% ମଧ୍ୟରେ ଅଛନ୍ତି, ସେମାନେ ରୂପା ପଦକ, ପ୍ରମାଣ ପତ୍ର ଏବଂ ୫୦୦ ଟଙ୍କା ମୂଲ୍ୟର ବହି ପ୍ରଦାନ କରାଯାଇଥିଲା |

ଅତିଥି ଭାବେ ଶ୍ରୀ ଅନୁପମ ସାହା, ଆଇ.ଏ.ଏସ୍ (ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓ.ଏସ.ପି.ଏ, ଓଡ଼ିଶା ସରକାର), ଶ୍ରୀମତି ନିବେଦିତା ସ୍କଡର୍ (ପ୍ରେସିଡେଣ୍ଟ ସ୍ଵାଭିମାନ), ଶ୍ରୀମତୀ ପଲି ପଟ୍ଟନାୟକ (ପ୍ରତିଷ୍ଠାତା ତଥା ପ୍ରଧାନ ଆଚାର୍ଯ୍ୟା, ମଦର୍‌ ପବ୍ଲିକ ସ୍କୁଲ ଭୁବନେଶ୍ବର) ଶ୍ରୀ ସବ୍ୟସାଚୀ ମିଶ୍ର (ସିନେ ଅଭିନେତା, ସାମାଜିକ କାର୍ଯ୍ୟକର୍ତ୍ତା ତଥା ପ୍ରେମ ଏବଂ ଅନ୍ତର୍ଭୂକ୍ତର ରାଷ୍ଟ୍ରଦୂତ), ଶ୍ରୀମତି ପଦ୍ମା ମହାନ୍ତି, ଆଇ.ଏଫ.ଏସ୍, ଡି.ଆଇ.ଜି.ଏଫ୍ ପୂର୍ବାଞ୍ଚଳ, ଡ଼ଃ ସ୍ମୃତି ମହାପାତ୍ର (ପ୍ରତିଷ୍ଠାତା ତଥା ସି.ଇ.ଓ. ସ୍ଵାଭିମାନ) ଏବଂ ମିହିର କୁମାର ମହାନ୍ତି (ନିର୍ଦ୍ଦେଶକ କାର୍ଯ୍ୟକ୍ରମ, ସ୍ବାଭିମାନ) ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପିଲାମାନଙ୍କୁ ସମ୍ମାନିତ କରିଥିଲେ।

ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣ ପତ୍ର ଏବଂ ବ୍ୟାଜ୍‌ ପ୍ରଦାନ କରାଯାଇଥିଲା | ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ସେମାନଙ୍କ ସଂଘର୍ଷ, ସେମାନଙ୍କ ଜୀବନ ଏବଂ ସଫଳତା ବିଷୟରେ କହିଥିଲେ; ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଥିଲା | ଶ୍ରୀ ଅନୁପମ ସାହା ଦିବ୍ୟାଙ୍ଗ ଶିଶୁ ମାନଙ୍କ ଶିକ୍ଷା ପାଇଁ ଓଡିଶା ସରକାରଙ୍କ ପଦକ୍ଷେପ ଉପରେ କହିଥିଲେ | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଶିକ୍ଷାଦାନ ଏବଂ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଆୟୋଜିତ ହୋଇଥିବା ପରାମର୍ଶ ବିଷୟରେ ସେ କହିଥିଲେ। ଶ୍ରୀମତୀ ପଲି ପଟ୍ଟନାୟକ ଆକାଂକ୍ଷା ଏବଂ ଉନ୍ନତ ପ୍ରଦର୍ଶନ ବିଷୟରେ କହିଥିଲେ। ଶ୍ରୀ ସବ୍ୟସାଚୀ ମିଶ୍ର ତାଙ୍କ ଇଞ୍ଜିନିୟରିଂ କ୍ୟାରିୟର ବିଷୟରେ କହିଥିଲେ ଏବଂ ଜୀବନରେ ପରିଶ୍ରମ କରି କିପରି ଉଚ୍ଚ ଆକାଶର ତାରାମାନଙ୍କ ନିକଟରେ ପହଞ୍ଚିବା ସମସ୍ତଙ୍କୁ ପ୍ରେରଣା ଦେଇଥିଲେ | ଶ୍ରୀମତୀ ପଦ୍ମା ମହାନ୍ତି ଜୀବନରେ ସଫଳତା ପାଇବାର ମନ୍ତ୍ର, ଜୀବନର ଗତିପଥ
କିପରି ହେବା ଉଚିତ୍ ବକ୍ତବ୍ୟ ରଖିବା ସହିତ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ଅନେକ ଉଦାହରଣ ଦେଇଥିଲେ | ମିହିର ମହାନ୍ତି ସ୍ବାଭିମାନର ଅନ୍ତର୍ଭୁକ୍ତ ଶିକ୍ଷା ଅଭ୍ୟାସ ଏବଂ ପ୍ରକଳ୍ପଗୁଡ଼ିକର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡ଼ଃ ସ୍ମୃତି ମହାପାତ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ବପ୍ନ ଦେଖିବା, ଉଚ୍ଚ ଆକାଂକ୍ଷା ରଖୁବା, କଠିନ ପରିଶ୍ରମ ଏବଂ କଦାପି ବଞ୍ଚିବାର ଆଶାକୁ କ୍ଷୀଣ ନକରି ସଂଘର୍ଷ ଜାରି ରଖୁବା ପାଇଁ କହିଥିଲେ।

Leave a Reply

Your email address will not be published. Required fields are marked *