ମାନବବାଦ ଚିନ୍ତାଧାରା ସହ ପ୍ରକୃତିର ଆଧାରକୁ ଶିଳ୍ପକଳାରେ ସଜାଇବା ଲକ୍ଷ୍ୟରେ ଶିଳ୍ପୀ ଚନ୍ଦନ ସାମଲ

ଦିନେ ତାଙ୍କ କୁନି ହାତଗଢା ମୂର୍ତ୍ତିକୁ ଦେଖି କିଏ କେବେ ଭାବି ନ ଥିଲେ ଯେ ସେ ଜଣେ ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ହୋଇଯିବେ | ପିତାଙ୍କ ସେହି “ପୁଅ ମୋର ଶିଳ୍ପୀକାର” ହେବାର ସ୍ବପ୍ନ ଓ ଆଶାକୁ ସେ ପୂରଣ କରି ଆଜି ସେ ସାଜିଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ | ବାଲେଶ୍ୱରରେ ଜନ୍ମିତ ସେହି ବିଶିଷ୍ଟ ଭାସ୍କର୍ଯ୍ୟବିତ୍ ହେଉଛନ୍ତି ଶିଳ୍ପୀ ଚନ୍ଦନ ସାମଲ।ବର୍ତ୍ତମାନ ଶ୍ରୀଯୁକ୍ତ ସାମଲ ଭାସ୍କର୍ଯ୍ୟ କଳା ବିଭାଗର ମୁଖ୍ୟ ରୂପେ କାର୍ଯ୍ୟରତ | ୨୦୦୦ ମସିହାରେ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରୁ  ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶିଳ୍ପୀ ଚନ୍ଦନ ଶିଳ୍ପୀ ମଦନଲାଲ ଗୁପ୍ତା,ଅଦ୍ୱୈତ ଗଡନାୟକଙ୍କୁ ନିଜର ପ୍ରେରଣା ମଣନ୍ତି |
ଗୁରୁ ହେଉଛନ୍ତି ଚିର ନମସ୍ୟ | ଅନ୍ଧରରୁ ଆଲୋକର ମାର୍ଗ ଦେଖାଉଥିବା ଗୁରୁ ଦିନେ ଶିଳ୍ପୀ ଚନ୍ଦନଙ୍କୁ ମଧ୍ୟ ବାଟ ଦେଖାଇଥିଲେ।ସ୍ନାତକୋତ୍ତର ସମୟରେ ବିଭାଗୀୟ ଅଧ୍ୟାପକ ତାଙ୍କୁ ଆଗାମୀ ସମୟ ପାଇଁ ପ୍ରସ୍ତୁତ କରାଇଥିଲେ |
ପଥର,ଲୌହ,ବ୍ରୋଞ୍ଜକୁ ସୁନ୍ଦର ରୂପ ଦେଇ ତାହା ମାଧ୍ୟମରେ ମନୁଷ୍ୟର ପରିବର୍ତ୍ତନଶୀଳ ଚିନ୍ତାଧାରାକୁ ପ୍ରକୃତି ଓ କୃଷି ଜରିଆରେ ସମାଜକୁ ବାର୍ତା ଦେଇଥାନ୍ତି ଶିଳ୍ପୀ ଚନ୍ଦନ ସାମଲ |

ଏହି ଶିଳ୍ପୀକାରଙ୍କ ମତରେ “ଓଡିଶା ତା’ର ଭାସ୍କର୍ଯ୍ୟ ଓ ଚାରୁକଳା ପାଇଁ ବିଶ୍ୱ ପ୍ରସିଦ୍ଧ | କିନ୍ତୁ ଏହାକୁ ବଜାୟ ରଖିବାକୁ ଯାଇ ଆମେ ଏହି କଳାକୁ ଦୂଷିତ ନକରି ତହିଁରେ ନିଜର ଜ୍ଞାନ ମାଧ୍ୟମରେ କିଛି ନୂଆ ଜିନିଷ ଯୋଡିବା ଆଗାମୀ ଭବିଷ୍ୟ ପାଇଁ।ରାଜ୍ୟରେ ଜନ ସାଧାରଣଙ୍କୁ ଭାସ୍କର୍ଯ୍ୟ କଳା ପ୍ରତି ଅବଗତ କରାଇବା ପୂର୍ବରୁ ପ୍ରଥମେ ଆଗାମୀ ସମାଜର ସୂତ୍ରଧର ତଥା ପିଲାମାନଙ୍କୁ ବିଦ୍ୟାଳୟ ସମୟରୁ କଳା ଉପରେ ସମ୍ୟକ ଶିକ୍ଷା ଦେବା ଆବଶ୍ୟକ | ବ୍ଲକସ୍ତରରେ ବିଭିନ୍ନ କର୍ମଶାଳା ଓ ପ୍ରଦର୍ଶନୀ ଜରିଆରେ ଶିକ୍ଷକମାନେ ଜନସାଧାରଣଙ୍କୁ ଏହି କଳା ପ୍ରତି ଜାଗ୍ରତ କରାଇବା ନିତ୍ୟାନ୍ତ ଆବଶ୍ୟକ |

ଶ୍ରୀଯୁକ୍ତ ଚନ୍ଦନ ସାମଲଙ୍କ କୃତି,ପ୍ରଦର୍ଶନୀ,ଶିବିର ବିଷୟରେ କିଛି-

କେନ୍ଦ୍ରୀୟ ଗବେଷଣା ବୃତ୍ତି-ସଂସ୍କୃତି ମନ୍ତ୍ରଣାଳୟ,ଭାରତ ସରକାର,
ଓଡିଶା ସାହିତ୍ୟ ସମାଜ ପୁରସ୍କାର,ଓଡିଶା ଲଳିତକଳା ଏକାଡେମୀ ପୁରସ୍କାର,ସ୍ବର୍ଣ୍ଣ ପଦକ-ହାଇଦ୍ରାବାଦ ଆର୍ଟ ସୋସାଇଟି,
ଗୁରୁ ବ୍ୟୋମକେଶ ସ୍ମୃତି ପୁରସ୍କାର,
ଜାତୀୟ ଭାସ୍କର୍ଯ୍ୟ କଳା ଶିବିର ପୁରସ୍କାର-ରାଜସ୍ଥାନ,
ଜାତୀୟ କଳା ପ୍ରଦର୍ଶନୀ-ମଧ୍ଯ ପ୍ରଦେଶ,
କଳା ମିତ୍ର ପୁରସ୍କାର ହାଇଦ୍ରାବାଦ ଇତ୍ୟାଦି ଅନେକ।

ସଂଗ୍ରହ-କଲିକତା,ଦିଲ୍ଲୀ,ଛତିଶଗଡ଼,ମଧ୍ୟପ୍ରଦେଶକେରଳ,ଉଦୟପୁର।

ପ୍ରଦର୍ଶନୀ-
ଜାତୀୟସ୍ତରୀୟ କଳା ପ୍ରଦର୍ଶନୀ-ପଞ୍ଜାବ,ଓଡିଶା ଲଳିତକଳା ଏକାଡେମୀ-ଭୁବନେଶ୍ୱର,ନେହେରୁ କଳା କେନ୍ଦ୍ର-ମୁମ୍ବାଇ,
ଶ୍ରଦ୍ଧାଞ୍ଜଳି-ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ,ଷ୍ଟୋନା ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ-ବାଙ୍ଗାଲୋର ଇତ୍ୟାଦି।

ଶିବିର-
ଟେରାକୋଟା ଶିବିର-ଭୁବନେଶ୍ୱର,ବାଉଁଶକଳା ଶିବିର-ବରଗଡ଼,
ରୌପ୍ୟ ଅଳଙ୍କାର ଶିବିର-ଝାଡ଼ଖଣ୍ଡ,ପାଇକ ବିଦ୍ରୋହ ଚିତ୍ର ଶିବିର-ଭୁବନେଶ୍ୱର,ଭାସ୍କର୍ଯ୍ୟ କଳା ଶିବିର-ରାଷ୍ଟ୍ରୀୟ ଲଳିତକଳା କେନ୍ଦ୍ର,
ଢ଼ୋକ୍ରା କର୍ମଶାଳା-ସମ୍ବଲପୁର,ଜାତୀୟ ପଥର ଖୋଦେଇ ଶିବିର-ରାଜସ୍ଥାନ ଇତ୍ୟାଦି।

ଆଗାମୀ ଦିନରେ ଏହି କ୍ଷେତ୍ରକୁ ଆସୁଥିବା ଯୁବଶିଳ୍ପୀଙ୍କୁ ଶ୍ରୀଯୁକ୍ତ ସାମଲ ଏହି ଉପଦେଶ ଦିଅନ୍ତି ଯେ “ନିଜ ପାଇଁ ପ୍ରଥମେ ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ଏକ ମାର୍ଗ ପ୍ରସ୍ତୁତ କର | ଏହି କ୍ଷେତ୍ରକୁ ଆସିବା ସମୟରେ ବରିଷ୍ଠ ଶିଳ୍ପୀକାରଙ୍କ କିଛି ଉପଦେଶ ଓ ଜ୍ଞାନକୁ ଗ୍ରହଣ କର | ଆଗାମୀ ଦିନରେ ନିଜର କଳା କାରୁକାର୍ଯ୍ୟ ମାଧ୍ୟମରେ ରାଜ୍ୟର ସଂସ୍କୃତିକୁ ଦେଶ ବିଦେଶରେ ଗର୍ବିତ କରାଇବାର ଲକ୍ଷ୍ୟ ରଖିଛନ୍ତି ଶିଳ୍ପୀ ଚନ୍ଦନ ସାମଲ |

Leave a Reply

Your email address will not be published. Required fields are marked *