‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ସାମାଜିକ କର୍ମୀ ମୁରଲୀଧର ରଥଙ୍କ ଜୀବନୀ ଉପରେ ଜ୍ଞାନରଞ୍ଜନ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଡ଼: ଗୋବିନ୍ଦ ଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା,ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ଜିଲାପରିଷଦ ସଭାପତି ନଟବର ବାରିକ, ଅଧ୍ୟାପକ ସଂଗ୍ରାମ କେଶରୀ ମଲ୍ଲିକ, ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଡଃ.ସୁରେନ୍ଦ୍ରନାଥ ତ୍ରିପାଠୀ, ଆଇନଜୀବୀ ବୀରନାରାୟଣ ପାତ୍ର ପ୍ରମୁଖ ଶ୍ରୀ ରଥଙ୍କ କର୍ମମୟ ଜୀବନି ଉପରେ ବକ୍ତବ୍ୟ ଦେବା ସହ ପୁସ୍ତକ ଉନ୍ମୋଚନ କରିଥିଲେ ।ଏହି ବୈଠକକୁ ହେମନ୍ତ ରଥ ପରିଚାଳନା କରିଥିଲେ । ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶର ପ୍ରଦର୍ଶନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *