ବିଦ୍ୟୁତ ବିଭ୍ରାଟ ପାଇଁ ୭ ଦଫା ଦାବି ନେଇ ସତ୍ୟାଗ୍ରହ କରିବେ ମିଶନ ଓଡିଶା @2036, ଆମ ଜନତା ଅଧିକାର ଓ ଅନନ୍ୟ ସଂଗଠନ

ଭୁବନେଶ୍ୱର : ଖାଦ୍ୟ ,ବସ୍ତ୍ର ଓ ବାସଗୃହ ଭଳି ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା | ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ ,ମହଙ୍ଗା ବିଜୁଳି ,ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା | ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା | ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ହେଉଛନ୍ତି ହନ୍ତସନ୍ତ | ବିଦ୍ୟୁତ ଶୁଳ୍କ ବଢି ବଢି ଚାଲିଛି, ଏହାର ଦୃଢ ପ୍ରତିବାଦ କରିବାକୁ ସମସ୍ତ ବିଦ୍ୟୁତ ଗ୍ରାହକ ଆଗେଇ ଆସନ୍ତୁ l ଏଭଳି ଆହ୍ୱାନ ଦେଇଛନ୍ତି ମିଶନ ଓଡିଶା @2036, ଆମ ଜନତା ଅଧିକାର ଓ ଅନନ୍ୟ ସଂଗଠନ ସମୂହ |

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅନୁଷ୍ଠାନ ତରଫରୁ କୁହାଯାଇଛି କି, ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡ଼ କୁ ଭାଙ୍ଗି ବିଦ୍ୟୁତ ବିଭାଗରେ ସଂସ୍କାର କରାଗଲା | ମୂଳ ଲକ୍ଷ ଥିଲା ଭିତ୍ତିଭୂମି ଅର୍ଥାତ ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଗୁଡିକ କେନ୍ଦ୍ରୀୟ ଇଲେକଟ୍ରିସିଟି ଅଥରିଟିଙ୍କ ନିୟମ ଅନୁଯାଇ ନିର୍ମାଣ ଓ ପରିବର୍ତ୍ତନ କରି ଉନ୍ନତ ମାନର ୨୪ ଘଣ୍ଟିଆ ବିଦ୍ୟୁତ ସେବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା | ଘରୋଇ କମ୍ପାନୀମାନଙ୍କୁ ଏହି ବ୍ୟବସାୟରେ ଅର୍ଥ ଖଟାଇବାକୁ ଆକୃଷ୍ଟ କରିବା | ୧୯୯୯ ମସିହାରେ ରାଜ୍ୟରେ ୪ଟି ବିତ୍ତରଣ କମ୍ପାନୀ CESCO , NESCO , WESCO , SOUTHCO ଗଠନ କରାଯାଇ ଘରୋଇ କମ୍ପାନୀ ମାନଙ୍କୁ ୧୯୯୯ ମସିହାରେ ଏହି କାମ କରିବାକୁ ଦିଆଗଲା | ହେଲେ ସଂସ୍କାରର ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଅପାରଗତା ଦୁର୍ନୀତି ଖୋର ଅଫିସରଙ୍କ ପାଇଁ ଆଜି ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭୁଶୁଡି ପଡିଛି | ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାଜ୍ୟରେ ବର୍ତ୍ତମାନ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ଭଙ୍ଗା ଖୁଣ୍ଟ, ତାର, ପୁରୁଣା ଟ୍ରାନ୍ସଫର୍ମର ଦ୍ୱାରା ବର୍ତ୍ତମାନ ବିଦ୍ୟୁତ ପାଉଛନ୍ତି | ଯାହାଫଳରେ ଲାଇନ ଟ୍ରିପ କରୁଛି କହି ସରକାର ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି | ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ସର୍ବ ଭାରତୀୟ ସ୍ଥରରୁ ଅଧିକ ହେଲାଣି | କ୍ଷତି ମଧ୍ୟ କମିବାରେ ନାହିଁ | ହେଲେ ଏଥିପାଇଁ ଦାୟୀ କିଏ ? କିଏ କଲା ବାଟମାରଣା ସେସବୁର ପରଦାଫାସ କରିବାକୁ ଉପୋଭୋକ୍ତା ମହାସଂଘ ଓ ଆମ ଅଧିକାର ମଞ୍ଚର ଏହା ଏକ ପ୍ରୟାସ | ରାଜ୍ୟ ମୁଖ୍ୟ ସଚିବଙ୍କୁ ୨୮.୦୬.୨୦୧୩ ଦିନ ଏକ ତଥ୍ୟ ସମ୍ମିଳିତ ଚିଠି ଲେଖାଯାଇ ତୁରନ୍ତ ପ୍ରତିକାର ଦାବି କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ସ୍ୱରୂପ ରାଜ୍ୟଭବନ ଆଗରେ ଚଳିତ ମାସରେ ଏକ ସତ୍ୟାଗ୍ରହର ଡାକରା ଦିଆଯାଇଛି | ତେଣୁ ନିରବଛିନ୍ନ ଓ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ତଥା ଉପଭୋକ୍ତା ମାନେ ଏଥିରେ ସହଯୋଗ କରିବାକୁ ନିବେଦନ |

୭ ଦଫା ଦାବି ନେଇ ସତ୍ୟାଗ୍ରହ କରିବେ ମିଶନ ଓଡିଶା @2036 , ଆମ ଜନତା ଅଧିକାର ଓ ଅନନ୍ୟ ସଂଗଠନ |

  1. ଭିତ୍ତିପୂର୍ବର ବିକାଶ କ୍ଷେତ୍ରରେ ବିଗତ 23 ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥର ବିଧିବଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |
  2. ରାଜ୍ୟ ସରକାର ଟାଟା ପାୱାର ପ୍ରତ୍ୟେକ ବିତରଣ କମ୍ପାନୀକୁ ମିଳିତ ଭାବେ ପରିଚାଳନା କରୁଥିବା ଦୃଷ୍ଟିରୁ ଟାଟା ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଯେଉଁ ଅର୍ଥ ଆଦାୟ କରୁଛି ତାହାର ତଦନ୍ତ କରାଯାଉ |
  3. ଭିତ୍ତିଭୂମି ଅଭାବଯୋଗୁ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ଉନ୍ନତମାନର ନିରବଛିନ୍ନ ବିଦ୍ୟୁତ ଯୋଗାଇବାରେ ସରକାର ତଥା ବିତରଣ କମ୍ପାନୀ ବିଫଳ ହୋଇଥିବାରୁ ପ୍ରତ୍ୟେକ ବିଦ୍ୟୁତ ଗ୍ରାହକଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ତୁରନ୍ତ ପ୍ରଦାନ କରନ୍ତୁ |
  4. ରାଜ୍ୟ ସରକାର ଷାଠିଏ ହଜାର କୋଟିରୁ ଅଧିକ ଟଙ୍କା ED (Electricity Duty ) ବାବଦରେ ଅର୍ଥ ଆଦାୟ କରିଛନ୍ତି କିନ୍ତୁ ଗ୍ରାହକଙ୍କୁ ଯେଉଁ ଅଧିକ ବିଦ୍ୟୁତ ମୂଲ୍ୟ ଦେବାକୁ ପଡୁଛି ତାକୁ କାମ କରୁନାହାନ୍ତି | ତୁରନ୍ତ ସର୍ବ ଭାରତୀୟ ସ୍ତରରୁ କାମ ମୂଲ୍ୟରେ ବିଦ୍ୟୁତ ଦ୍ୱାରା ନିର୍ଦ୍ଧାରଣ କରନ୍ତୁ |
  5. ରାଜ୍ୟ ସରକାର ଅନ୍ୟ ରାଜ୍ୟ ପରି 2009 ମସିହାରେ OERC ର ପରାମର୍ଶକୁ ଗ୍ରହଣ କରି ସବସିଡି ଦେଇ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିନାମୁଲ୍ୟରେ 200 ୟୁନିଟ ବିଦ୍ୟୁତ ଦିଅନ୍ତୁ |
  6. ରାଜ୍ୟ ବାହାର ଠିକାଦାର ମାନଙ୍କୁ କାମ ନ ଦେଇ ଓଡ଼ିଶାର ଠିକାଦାର ମାନଙ୍କୁ କାର୍ଯ୍ୟ ଦିଆଯାଉ |
  7. ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କର ଦରମା ଓ ଅନନ୍ୟା ସୁବିଧା ଟାଟା ପାୱାରରେ କର୍ମଚାରୀ ମାନଙ୍କ ଦରମା ସହ ସମାନ କରାଯାଉ |

ମିଶନ ଓଡିଶା ତରଫରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଆମ ଜନତା ଅଧିକାର ଉପଦେଷ୍ଟା ତଥା ଉପୋଭୋକ୍ତା ମହାସଂଘ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଶତପଥୀ, ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ଜେନା, ମମତା ସାମନ୍ତରାୟ, ବିଭୁ ମହାନ୍ତି, ସୌମ୍ୟ ରଞ୍ଜନ ପ୍ରଧାନ, ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *