ନଭେମ୍ବର ୧ରୁ ପ୍ରଥମ ବର୍ଷ UG ଶ୍ରେଣୀଗୃହ ପାଠପଢ଼ା; ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ PG ପାଠପଢ଼ା, ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ,କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ନେଇ ନିଷ୍ପତ୍ତି, ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

Read more

ମମିତାଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତିଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବେ, ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର, ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ

Read more

ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ; ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁ ବସ୍ କ୍ଷତିରେ ଚାଲିଛି, ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ସରକାର, ଏଥିପାଇଁ ନଭେମ୍ବର ୧୫ପର୍ଯ୍ୟନ୍ତ ମହଲତ ଦେଉଛୁ,ଦାବି ନ ଶୁଣିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ |

Read more

ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ମନ୍ତ୍ରୀଙ୍କ ବରଖାସ୍ତ ଦାବି, ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ୍ : ସମ୍ବିତ ପାତ୍ର

Read more

କେନ୍ଦୁଝର: ପାଣ୍ଡପଡା ଅଞ୍ଚଳରେ ରୀନା ଦଣ୍ଡପାଟଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର, ତଦନ୍ତ ପାଇଁ କେନ୍ଦୁଝର ବସନ୍ତପୁରରେ, ପହଞ୍ଚିଲେ ମହିଳା କମିସନର ୪ ଜଣିଆ ଟିମ୍ । ଅଧ୍ୟକ୍ଷା ମୀନତି ବେହେରାଙ୍କ ନେତୃତ୍ୱରେ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟିବ ଓ କେନ୍ଦୁଝର ଏସପିଙ୍କ ସହ ଆଲୋଚନା ମଧ୍ୟ କରିବ ।

Read more

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମକୁ ମମିତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କ ପ୍ରତିକ୍ରିୟା; ପୋଲିସ ତଦନ୍ତରେ ଆମେ ସନ୍ତୁଷ୍ଟ । ଆସାମୀ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବାରୁ ଆମେ ଖୁସି । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଉ; ଝିଅର ମୃତ୍ୟୁକୁ ନେଇ ରାଜନୀତି କରାନଯାଉ’ ।

Read more