କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ପିକ୍ଅପ୍ ଭ୍ୟାନ୍ ଓଲଟି ୨ ମୃତ, ୯ ଆହତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଲେ ଲାଲୁ ମାଝୀ ଓ ଡୁମେର ମାଝୀ।

ଆଜି ବାର୍ଷିକୋନା ଗାଁର ୧୫ ଜଣ ଲୋକ ଏକ ପିକ୍ଅପ୍ ଭ୍ୟାନ୍‌ରେ ସିନ୍ଧିପଦର ପଞ୍ଚାୟତରୁ ରାସନ ଚାଉଳ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ସିଙ୍ଗାରୀ ଘାଟିରେ ପିକ୍ଅପ୍ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *