୪୬ ଜଣ ସରପଞ୍ଚ ,୨୭ ଜଣ ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

ବେଗୁନିଆ : ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଥିଲା ପଞ୍ଚମ ତଥା ଶେଷ ଦିନ । ଆଜି ସରପଞ୍ଚ ପଦ ପାଇଁ ୪୬ ଜଣ, ସମିତି ସଭ୍ୟ ପାଇଁ ୨୭ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୪୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୨୨ ନଂ ଜିଲ୍ଲା ପରିଷଦ ଯୋନ ରେ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ ,୨୩ ନଂ ଯୋନ ରେ ବିଜେଡିର ଅନାଦି ସାହୁଙ୍କ ସମେତ ୨୪ ନଂ ଯୋନ ରେ ବିଜେଡି ରୁ ତନୁଜା ପାଟଶାଣୀଙ୍କ ସମେତ ୧୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ପ୍ରଥମ ଦିନରେ ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ସରପଞ୍ଚ ପଦ ପାଇଁ ୧୧ ଜଣ ,ସମିତି ସଭ୍ୟ ପାଇଁ ୨ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ଜଣେ ,ସମିତି ସଭ୍ୟ ପାଇଁ ୩ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୬୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ତୃତୀୟ ଦିନରେ ସରପଞ୍ଚ ପାଇଁ ୩୪ ଜଣ ,ସମିତିସଭ୍ୟ ପାଇଁ ୩୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଚତୁର୍ଥ ଦିନରେ ସରପଞ୍ଚ ପାଇଁ ୧୭ ଜଣ ,ସମିତି ସଭ୍ୟ ପାଇଁ ୨୨ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୧୨୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏଥି ସହିତ ୨୨,୨୩ ଏବଂ୨୪ ନଂ ଜିଲ୍ଲାପରିଷଦ ଯୋନ ରେ କଂଗ୍ରେସ ରୁ ୩ ଜଣ ,ବିଜେପି ରୁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଜି ୨୨ ନଂ ଜିଲ୍ଲା ପରିଷଦ ଯୋନ ରେ ବିଜେଡି ରୁ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ,୨୩ ନଂ ଯୋନ ରେ ବିଜେଡି ର ଅନାଦି ସାହୁ ଏବଂ୨୪ ନଂ ଯୋନ ରେ ତନୁଜା ପାଟଶାଣୀଙ୍କ ସମେତ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ ଦିନ ସହିତ ସମୁଦାୟ ୧୦୯ଜଣ ସରପଞ୍ଚ , ୮୯ ଜଣ ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପଦ ପାଇଁ ୭୦୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୩ ଟି ଜିଲ୍ଲା ପରିଷଦ ଯୋନ ରେ ୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *