ସାମାଜିକ ଅନୁଷ୍ଠାନଙ୍କ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ; ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଦେଲେ ବାର୍ତ୍ତା

ଭୁବନେଶ୍ୱର : ଆଉ ମାତ୍ର କେତେଦିନ ପରେ ବିଶ୍ୱ ର କୋଣ ଅନୁକୋଣରେ ପାଳିତ ହେବ ଅନ୍ତର୍ଜାତୀୟ ମହିଳା ଦିବସ | ପିଲାମାନଙ୍କ ପାଇଁ ନିରବଛିନ୍ନ ଭାବେ କାମ କରିଆସୁଥିବା ଭୁବନେଶ୍ୱରସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ PECT ଓ ଅସ୍ତିତ୍ବ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଓ଼ମେନ୍ସ ଷ୍ଟଡି ବିଭାଗ ଠାରେ ବିଶ୍ୱବିଦ୍ୟାଳୟ ର ସମସ୍ତ ବିଭାଗ ର ପ୍ରତିଯୋଗୀ ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ରୋଟାରୀ ଏକାମ୍ର କ୍ଷେତ୍ର ର ପୂର୍ବତନ ପ୍ରେସିଡେଣ୍ଟ ଡ଼. ରେଖା ଦାସ ଉପସ୍ଥିତ ଥିବାବେଳେ ରୋଟାରୀ ଏକାମ୍ର କ୍ଷେତ୍ରର ଚIଟାର୍ଡ଼ ପ୍ରେସିଡେଣ୍ଟ ଓ ରାଜ୍ୟର ଅନ୍ୟତମ ନୃତ୍ୟ ଶିଳ୍ପୀ ରୋଟାରୀଆନ ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର ନୃତ୍ୟ ଗୁଡିକର ମୂଲ୍ୟାଙ୍କନ କରିଥିଲେ |

ସୂଚନା ଯୋଗ୍ୟ ଯେ ଗତ ଦୁଇ ତାରିଖରେ PECT ଓ ଅସ୍ତିତ୍ବ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ସଂଗୀତ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା | ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ମାର୍ଚ୍ଚ ଆଠ ତାରିଖ ମହିଳା ଦିବସ ଅବସରରେ ପୁରସ୍କୃତ କରାଯିବ.ଆଜିର ଏହି ନୃତ୍ୟ ପ୍ରତିଯୋଗିତା ଟିକୁ ଅସ୍ତିତ୍ୱ ଓ PECT ର କର୍ମକର୍ତା ଯଥାକ୍ରମେ ଡ଼. ମମତା ଦାଶ ଓ
ଶ୍ରୀମତୀ ତପସ୍ୱିନୀ ପଣ୍ଡା ପରିଚାଳନା କରିଥିଲେ. ଏହି ଦୁଇ ସଂସ୍ଥା ଯୁବପିଢ଼ି ଙ୍କୁ ନେଇ ଆଗକୁ ଅନେକ କାର୍ଯ୍ୟକ୍ରମ କରିବାର ଆଶା ରଖିଛନ୍ତି ଏବଂ ଓମେନ୍ସ ଷ୍ଟଡି ର ସମସ୍ତ ଛାତ୍ର ଛାତ୍ରୀ ତଥା ରାଜ୍ୟବାସୀ ଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି.

Leave a Reply

Your email address will not be published. Required fields are marked *