ରେଡ଼କ୍ରସର ବରିଷ୍ଠ ଆଜୀବନ ସଦସ୍ୟା ବାସନ୍ତୀ ପାଣିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ଭାରତୀୟ ରେଡ଼କ୍ରସ ସୋସାଇଟିର ବରିଷ୍ଠ ଆଜୀବନ ସଦସ୍ୟା ବାସନ୍ତୀ ପାଣିଙ୍କ ବିୟୋଗରେ ଆଜି ଗୋଦାବରୀଶ ସାହିତ୍ୟ ସଂସଦରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ଏହି ଶୋକସଭାରେ ବରିଷ୍ଠ ଆଜୀବନ ସଦସ୍ୟ ଡ଼ . ସେବା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ବରିଷ୍ଠ ଆଜୀବନ ସଦସ୍ୟ ଡ଼ଃ ଦ୍ୱାରିକା ନାଥ ମହାନ୍ତି ବାସନ୍ତୀ ପାଣିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ରାଜ୍ୟ ରେଡ଼କ୍ରସକୁ ପୂର୍ବାବସ୍ଥାକୁ ଫେରାଇଆଣି ପାରିଲେ ବସାନ୍ତିପାଣିଙ୍କ ପ୍ରତି ଉପକୃତ ଶ୍ରଦ୍ଧାଞ୍ଜଳି ହେବବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଆଜୀବନ ସଦସ୍ୟ ଆଶାଲତା ଦାଶ , ମମତା ପାଢ଼ୀ , ପ୍ରସନ୍ନ ରଥ , ଅଶୋକ ସାମନ୍ତରାୟ , ନୀଳମଣି ମିଶ୍ର , ଶୀତଳ ଚନ୍ଦ୍ର ମହାନ୍ତି ଓ ମହେଶ୍ୱର ବିଶ୍ୱାଳ ପ୍ରମୁଖ ସ୍ବର୍ଗତ ପାଣିଙ୍କ ଗୁଣଗାନ କରିବା ସହିତ ରେଡ଼କ୍ରସରେ ଯୋଗଦେଇଥିବା କର୍ମକର୍ତ୍ତାମାନେ ସେବା ମନଭାବ ଓ ମାନବିକତା ଉପରେ ବିଶ୍ୱାସ କରି ଅନୁଷ୍ଠାନକୁ ଚଳାଇବା ଉଚିତବୋଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡ଼. ଯୋଶବନ୍ତ ନାରାୟଣ ଜେନା , ଘନ୍ୟଶ୍ୟାମ ମଲ୍ଲିକ , ଅଦିତ୍ୟ କୁମାର ମହାନ୍ତି , ନିରଞ୍ଜନ ପୁଷ୍ଟି , ପ୍ରଦୀପ ନନ୍ଦ ଆଦି ବାସନ୍ତୀ ପାଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ରେଡ଼କ୍ରସ ରାଜୟ ଶାଖା ସୁରକ୍ଷା ସମିତି , ଓଡ଼ିଶାର ଆବାହକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଶୋକ ସଭାକୁ ସଂଯୋଜନା କରିଥିବା ସହିତ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *