ଓଡ଼ିଆ ଅସ୍ମିତା ସମ୍ମିଳନୀ ଉଦଯାପିତ : ଡଃ ଅଚ୍ୟୁତ ସାମନ୍ତ ପାଇଲେ ପ୍ରଥମ ଓଡ଼ିଆ ଅସ୍ମିତା ସମ୍ମାନ

ଭୁବନେଶ୍ବର : ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ବିଶ୍ବର ବିଭିନ୍ନ କୋଣରୁ ମାଟିମନସ୍କ ଓଡ଼ିଆମାନେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ କଟକ ସ୍ଥିତି ସାରଳା ଭବନରେ ଏକତ୍ର ହୋଇ ଆୟୋଜନ କରିଛନ୍ତି ଓଡିଆ ଅସ୍ମିତା ସମ୍ମିଳନୀ| ନୂଆଦିଲ୍ଲୀସ୍ଥିତି ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ଐତିହାସିକ ସମ୍ମିଳନୀର ଆନୁକୂଲ୍ୟରେ ମାଧବାବୁଙ୍କ ତ୍ୟାଗ, ବଳିଦାନ, ମାଟି ପ୍ରତି ସମର୍ପଣ, ଦୂରଦୃଷ୍ଟି ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ଭୂମିକା ନିର୍ବାହ କରିବାର କାହାଣୀକୁ ଆଗାମୀ ପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି| ୩୦ ତାରିଖ ପୂର୍ବାହ୍ନରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ଏହି ସମ୍ମିଳନୀ ଉଦ୍ଘାଟିତ ହୋଇଥିଲା| ଦୁଇଦିନ ବ୍ଯାପୀ କାର୍ଯ୍ୟକ୍ରମରେ ‘ଓଡିଆ ଜାତିର ଭାଗୀରଥ; ମଧୁସୂଦନ’, ‘ମାତୃଭାଷା ସଂଗ୍ରାମୀ ମଧୁବାବୁ’, ସଫଳ ଯୁବ ବ୍ଯକ୍ତିତ୍ବଙ୍କ ଅଭିବ୍ୟକ୍ତି; ଆମେ କୁଳବୃଦ୍ଧଙ୍କ ଉତ୍ତର ଦାୟାଦ, ଓଡ଼ିଆ ସାମାଜିକ ଜୀବନରେ ମଧୁବାବୁ, ମହିଳା ସଶକ୍ତି କରଣର ଆଦ୍ୟସ୍ବର ମଧୁବାବୁ, ଓଡ଼ିଶା ନିର୍ମାଣର ପୁରୋଧା; ଶିକ୍ଷା, କୌଶଳ ଏବଂ ଔଦ୍ୟୋଗିକତା କ୍ଷେତରେ ମଧୁବାବୁଙ୍କ ଅବଦାନ, ମଧୁ ବାରିଷ୍ଟର; ଓଡିଆ ଜନଜୀବନରେ କିମ୍ବଦନ୍ତୀ ପୁରୁଷ, ବରିଷ୍ଟ ବ୍ଯକ୍ତିତ୍ବଙ୍କ ଅନ୍ତରଙ୍ଗ ଅଭିବ୍ୟକ୍ତି; ଶ୍ରେଷ୍ଠଙ୍କ ଦୃଷ୍ଟିରେ ସେ ସର୍ବଶ୍ରେଷ୍ଠ ଶୀର୍ଷକ ଆଠୋଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା| ସମାବର୍ତ୍ତନ ଉତ୍ସବରେ ମଧୁବାବୁଙ୍କ ପଦାଙ୍କ ଅନୁସରଣ କରି ଏକ ସମୃଦ୍ଧ ଓଡ଼ିଶାର ଗଠନରେ ବିଶେଷ ଅବଦାନ ରଖିଆସୁଥିବା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା| ଏହି ସମାବର୍ତ୍ତନ ଉତ୍ସବରେ ବାରବାଟୀ କଟକର ବିଧାୟକ ଇଂ ମହମ୍ମଦ ମୋକିମ, କଟକ ନଗର ନିଗମର ମେୟର ଶ୍ରୀ ସଭାଷ ସିଂ ଅତିଥି ଭାବରେ ଯୋଗଦେଇ ଥିଲେ| ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ନବଜୀବନ ସଂଘର ମୁଖ୍ୟ ସ୍ବାମୀ ଶିବ ଚିତାନନ୍ଦ ସରସ୍ବତୀ, ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ଡଃ ଦିଲୀପ ରାଉତରାୟ, ଉତ୍କଳ ସମ୍ମିଳନୀର ଅଧ୍ୟକ୍ଷ ଡଃ ଅଦୈତ୍ୟ ପାତ୍ର, ଓଡିଆ ଅସ୍ମିତା ସମ୍ମିଳନୀର ଅଧ୍ୟକ୍ଷ ଡଃ ଭଗବାନ ପ୍ରକାଶ, ବିଶିଷ୍ଟ ଐତିହାସିକ ଡଃ ନିବେଦିତା ମହାନ୍ତି, ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ଗବେଷକ ଲେଖକ ଦାଶ ବେନହୁର, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ନ୍ୟାୟାମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକ, ଡଃ ଦିନେଶ ଷଡଙ୍ଗୀ, ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ଶ୍ରୀମତୀ କ୍ରୀଷ୍ଣା ମହାନ୍ତି, ଶିକ୍ଷାବିତ ପ୍ରଫେସର ଓଁକାର ନାଥ ମହାନ୍ତି, ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଉଦୟନାଥ ସାହୁ, ସାହିତ୍ୟିକ ଲେଖକ ଇଂ ପ୍ରଭାକର ସ୍ବାଇଁ, ବିଶିଷ୍ଟ ଗାନ୍ଧୀବାଦୀ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ, ବିଶିଷ୍ଟ ଲେଖକ ଡଃ ବିଜୟାନନ୍ଦ ସିଂ, ପ୍ରଫେସର ବସନ୍ତ ପଣ୍ଡା, ପ୍ରଫେସର ସୁନିଲ ଷଡଙ୍ଗୀ, ପଦ୍ମଶ୍ରୀ ସୁଶ୍ରୀ ସାବରମତୀ, ଶ୍ରୀଯୁକ୍ତ ସିଦ୍ଧାନ୍ତ ଦାଶ, ପ୍ରଫେସର ଅଜୟ କୁମାର ମହାନ୍ତି, ଶ୍ରୀ କାର୍ତ୍ତିକ ପରିଚ୍ଛା, ବିଶିଷ୍ଟ ଓଡିଶୀ ବିଷାରଦ ଡଃ ସଂଗୀତା ଗୋସାଇଁ, ଓଡିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀ, ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନର ବିଭିନ୍ନ ଦିଗ ବିଷୟରେ ବିଷଦ ଆଲୋଚନା କରିବା ସହିତ ତାହା କିପରି ଆଗାମୀ ପିଢିଙ୍କ ଜୀବନକୁ ପ୍ରଭାବିତ କରିବ ବୋଲି ଆଲୋଚନା କରିଥିଲେ|

ଏଥି ସହିତ ସଫଳ ଯୁବବ୍ଯକ୍ତିତ୍ବଙ୍କ ମଧ୍ୟରେ , ଭିଲ୍ଲାମାଟର ପ୍ରତିଷ୍ଠାତା ଡକ୍ଟର ଗୋପାଳ ପ୍ରଧାନ, ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁପମ ପଟ୍ଟନାୟକ, ଛଉନୃତ୍ୟ ବିଶାରଦ ଶ୍ରୀମତୀ ଶୁଭଶ୍ରୀ ମୁଖାର୍ଜୀ, କୃଷି ଓ କୃଷକ ପାଇଁ ସମର୍ପିତ ସାମାଜିକ କର୍ମୀ ଶ୍ରୀଯୁକ୍ତ ସଚିନ ମହାପାତ୍ର, ଯୁବ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ଅଭିଷେକ ଗିରି ପ୍ରମୁଖ ତାଙ୍କ ଜୀବନ ଯାତ୍ରାର ଆଦର୍ଶ ମଧୁବାବୁ କିପରି ତାଙ୍କୁ ମାର୍ଗଦର୍ଶନ କରିଛନ୍ତି ତାହା ବର୍ଣ୍ଣନା କରିଥିଲେ| ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଯୁବ ବ୍ଯକ୍ତିତ୍ବ ଡଃ ଦାମୋଦର ସାହୁ, ଡଃ ଦେବାଶିଷ ଜେଷ୍ଠୀ, ଜଗନ୍ନାଥ ପାଣିଗ୍ରାହୀଙ୍କୁ ସମ୍ମାନୀତ କରାଯାଇଥିଲା| ପ୍ରତ୍ଯେକ ଜିଲ୍ଲା, ପ୍ରତ୍ଯେକ ରାଜ୍ୟ ଓ ପ୍ରତ୍ଯେକ ଦେଶରେ ରହୁଥିବା ଓଡିଆମାନଙ୍କୁ ନେଇ ଶିକ୍ଷାବିତ ରାଉତଙ୍କ ଆବାହାକତ୍ଵରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା ଦିଲ୍ଲୀରୁ ଡଃ ସୁବାସିନୀ ବାରିକ, ଯୁକ୍ତ ରାଷ୍ଟ୍ର ଆମେରିକାରୁ କୁକୁ ଦାସ, ମନୋରମା ଚୌଧୁରୀ, ଇଂଲଣ୍ଡରୁ ସୁକାନ୍ତ ସାହୁ, କତାରରୁ ବିଦ୍ୟା ମହାନ୍ତି, ବାଙ୍ଗାଲୁରୁରୁ ତାପସ ରାଜ ମହାରଣା, ମୁମ୍ବାଇରୁ ମୈତ୍ରୀ କମିଳା, ଛତିଶ ଗଡରୁ ପ୍ରତାପ କୁମାର ରାଉତ, ଗୁଜୁରାଟରୁ ଡଃ ମେହେଶ କୁମାର ଦେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶ୍ରୀ ସୁକାନ୍ତ କୁମାର ମହାନ୍ତି, ଡଃ ନୀଳିମା ପ୍ରିୟଦର୍ଶନୀ, ସତ୍ୟଜିତ ମହାନ୍ତି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶ୍ରୀ ଜଗନ୍ନାଥ ମହାନ୍ତି, ନଗେନ୍ଦ୍ର ନାଥ ସ୍ବାଇଁ, ଅଶୋକ କୁମାର ନାୟକ ପ୍ରମୁଖଙ୍କ ସୁପରିଚାଳନାରେ ସମ୍ପାଦିତ ହୋଇଥିଲା|

Leave a Reply

Your email address will not be published. Required fields are marked *