ତୁର୍କୀରେ ୫ମ ଥର ପାଇଁ ଆସିଲା ଭୂମିକମ୍ପ, ମୃତ୍ୟୁସଂଖ୍ୟା ୫,୧୦୦ ଟପିଲା, ପହଞ୍ଚିଲା ଭାରତୀୟ ଉଦ୍ଧାରକାରୀ ଦଳ

ଇସ୍ତାନବୁଲ : ତୁର୍କୀରେ ପୁଣି ଥରେ ଆସିଛି ଭୂମିକମ୍ପ । ମଙ୍ଗଳବାର ପୂର୍ବାହ୍ଣରେ ପୂର୍ବ ତୁର୍କୀ ୫.୭ ତୀବ୍ରତାର ଏହି ଭୂମିକମ୍ପ ଆସିବା ପରେ ଲୋକମାନେ ଆତଙ୍କିତ ହୋଇସାରିଛି । ସୋମବାରଠାରୁ ଏପର୍ଯ୍ୟନ୍ତ ତୁର୍କୀରେ ମୋଟ ୫ ଥର ବଡ଼ ଭୂମିକମ୍ପ ଆସିସାରିଛି । ତେବେ ଏହା ମଧ୍ୟରେ ଅନେକ ମୃଦୁ ଭୂମିକମ୍ପ ବି ଆସିଛି ।

ଅନ୍ୟପକ୍ଷରେ ଗତ କାଲି ହୋଇଥିବା ଭୂମିକମ୍ପରେ ଉଭୟ ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ୫୧୦୦ ଟପିଯାଇଛି । ତେବେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅନେକ ଅଧିକ ହେବା ଆଶଙ୍କା କରାଯାଉଛି । କାରଣ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳମାନେ ୫୧୦୦ଟି ମୃତଦେହ ଉଦ୍ଧାର କରିଛନ୍ତି । ଏହି ୫୧୦୦ ମଧ୍ୟରୁ ସିରିଆରେ ୧୬୦୨ ଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମୃତଦେହଗୁଡ଼ିକ ତୁର୍କୀରୁ ଉଦ୍ଧାର ହୋଇଛି । ଆହୁରି ଅନେକ ମୃତଦେହ ଧ୍ବଂସସ୍ତୁପ ତଳେ ଫସି ରହିଛନ୍ତି । କେତେକ ସହର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଭାଙ୍ଗିପଡ଼ିଥିବା ଅନେକ କୋଠା ତଳେ ଲୋକମାନେ ଫସି ରହିଥିବାରୁ ମୃତ୍ୟୁସଖ୍ୟା ଆହୁରି ଅନେକ ବଢିବାର ଆଶଙ୍କା ରହିଛି ।

ତୁର୍କୀରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ପକ୍ଷରୁ ଏକ ସାମରିକ ପରିବହନ ବିମାନରେ ଏନଡିଆରଏଫ ଟିମ,ଡାକ୍ତରୀ ଦଳ ଓ ସହାୟତା ପଠାଯାଇଛି । ଭାରତୀୟ ବାୟୁସେନାର ସି୧୭ ବିମାନ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *