2040 ମସିହା ସୁଦ୍ଧା ବିଶ୍ୱର ସବୁଜ ରାଜଧାନୀ ରେ ପରିଣତ ହେବ ଓଡିଶା – ପ୍ରେରଣା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଙ୍କ ଶପଥ

ଭୁବନେଶ୍ୱର : ବର୍ତମାନ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ ,ଜଳବାୟୁ ପରିବର୍ତନ ,ବିଶ୍ୱତାପନ ,ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି |ଏହା ଦ୍ୱାରା ଖୁବ ଶୀଘ୍ର ସମୁଦ୍ର ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର ଭାରତବର୍ଷର ବମ୍ବେ , କୋଚି ତଥା ଓଡ଼ିଶାର ପାରାଦୀପ ଆଦି ୫ ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି |ଏପରି ସ୍ଥଳେ ବ୍ୟାପକ ବୃକ୍ଷ ରୋପଣ ଓଡିଶା ମାଟିରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ଓଡିଶାକୁ ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସୋମବାର ଦିନ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ୩0 ଗୋଟି ଜିଲ୍ଲାର ଗ୍ରୀନ ଆର୍ମି କମାଣ୍ଡାଣ୍ଟ ,୩୧୪ ବ୍ଲକର କମାଣ୍ଡାଣ୍ଟ ,ସମସ୍ତ ଏନଏସି ଓ ପଂଚାୟତର ଶହ ଶହ ଗ୍ରୀନ ଆର୍ମି ମାନେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକତ୍ରିତ ହୋଇ ଶପଥ ଗ୍ରହଣ କରିଛନ୍ତି | ଏହି ଅଭିଯାନ ଆଜିଠାରୁ ଚାଲିବ ସହିତ ଓଡ଼ିଶାର ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବୃକ୍ଷରୋପଣ ପାଇଁ ଏକ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ପାଇଁ ସେମାନେ ସଂକଳ୍ପ ନେଇଛନ୍ତି | ଏହି କାର୍ଯ୍ୟକ୍ରମ କ୍ୱେଟା ଫାଉଣ୍ଡେସନ ସହଯୋଗରେ ଆୟୋଜିତ ହୋଇଥିଲା |

ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀ ସୋମ୍ୟରଞ୍ଜନ ପଟ୍ଟନାୟକ ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଶ୍ରୀ ଆରୂପ ପଟ୍ଟନାୟକ ,ବିଶିଷ୍ଟ ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଶ୍ରୀ ସଞ୍ଜୟ ବେହୁରା ,କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ,ପ୍ରାଧ୍ୟାପିକା ଡ଼ଃ ଭେଦୁଲା ରାମଲକ୍ଷ୍ମୀ ,ପ୍ରାଧ୍ୟାପିକା ମଧୁସ୍ମିତା ଦାସ ,ରମାଦେବୀ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ସୁଶାନ୍ତ ପଟ୍ଟନାୟକ ,ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ସତ୍ୟବ୍ରତ ପାତ୍ର ,ପୂର୍ବତନ ପ୍ରଶାସକ ଦେବେନ୍ଦ୍ର ପ୍ରସାଦ ଦାସ ,ରାଜ୍ୟ ପାଇକ ଅଖାଡା ସଂଘର ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ବହୁ ବୁଦ୍ଧିଜୀଵୀ ଅତିଥି ରୂପେ ଯୋଗ ଦେଇ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୫00 ରୁ ଉର୍ଧ ଗ୍ରୀନ କମାଣ୍ଡାଣ୍ଟଙ୍କୁ ଶପଥ ଦେବା ସହ ସମ୍ବର୍ଦ୍ଧିତ କରିଥିଲେ |

ଏହି ଅବସରରେ ପୃଥିବୀର ପ୍ରଥମ ସବୁଜ ଦମ୍ପତି ଇଂ ତୁଷାରକାନ୍ତ ମହାନ୍ତି ପି ନିବେଦିତା ମହାନ୍ତିଙ୍କ ୨୫ ବର୍ଷ ବିବାହ ବାର୍ଷିକୀ ମହାସମାରୋହରେ ପାଳନ କରାଯିବା ସହିତ ୨୫ଗୋଟି ବୃକ୍ଷ ରୋପଣ କରାଯିବ ସହ ସେମାନେ ପ୍ରେରଣା ଟ୍ରି ବ୍ୟାଙ୍କକୁ ୨୫00 ବୃକ୍ଷ ପ୍ରଦାନ କରିଥିଲେ |ଏହି ଶପଥ ଗ୍ରହଣ ଉତ୍ସବର ପ୍ରାରମ୍ଭରେ ଗ୍ରୀନ ଆର୍ମିମାନେ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଗୀତ ଗୋବିନ୍ଦ ସଦନ ପର୍ଯ୍ୟନ୍ତ ଯାଇ ଶପଥ ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *