ଗଛରେ ପିଟି ହେଲା ଭ୍ୟାନ୍‌। ଚାଲି ଗଲା ୩ ଜୀବନ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ।

୩ ମୃତକଙ୍କ ବ୍ୟତୀତ ଭ୍ୟାନ୍‌ଟିରେ ଆହୁରି ପ୍ରାୟ ୩୦ ଜଣ ଲୋକ ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି। ଭ୍ୟାନ୍‌ଟି କୋଟଗଡ଼ରୁ ଟିଆମାହା ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦ୍ରୁତଗତି ଯୋଗୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହେଲା ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଆହତମାନଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *