ଲୋକମାନେ ସଚେତନ ହେଲେ ଖାଦ୍ୟ ସୁରକ୍ଷା ଯୋଜନାର ସୁଫଳ ମିଳିପାରିବ : ନିରୋଜ

ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ଏବଂ ତତ୍ ସମ୍ପର୍କିତ ସଚେତନତା। ଯାହା ଆମକୁ ଏକ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରିଥାଏ। ତେବେ ଏହି ଖାଦ୍ୟସୁରକ୍ଷା କ୍ଷେତ୍ରରେ ଆଉ ଦୁଇ ପାଦ ଆଗେଇଛନ୍ତି କେନ୍ଦ୍ରାପଡାର ଯୁବ ଉଦ୍ୟୋଗୀ ନିରୋଜ କୁମାର ନାଥ “ଫୁଡ୍ ସେଫ୍ଟି ମିତ୍ର ନିରୋଜ” ମାଧ୍ୟମରେ। ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା କୁମାର ନିରୋଜ ନିଜର ଛାତ୍ର ସମୟରୁ କେବେ ବ୍ୟବସାୟରେ ଆସିବାର ଲକ୍ଷ୍ୟ ରଖିନଥିଲେ ମାତ୍ର ଏମ୍.ବି.ଏ ପଢ଼ିବା ସମୟରେ ବିଭିନ୍ନ ଉଦ୍ୟୋଗୀ ମେଳା ବୁଲିବା ସମୟରେ ଏକ ଘଟଣା ତାଙ୍କୁ ବିଚଳିତ କରିଥିଲା ଏବଂ ପ୍ରଶ୍ନ ସୃଷ୍ଟି ମଧ୍ଯ କରିଥିଲା ଯାହା ଥିଲା “ଜାତୀୟ ମେଳାରେ ଓଡିଆ ଖାଦ୍ୟର ପ୍ରଦର୍ଶନୀର ଅଭାବ। ଓଡ଼ିଶା ପରି ରାଜ୍ୟ ଯେଉଁଠି ବିଭିନ୍ନ ପ୍ରକାରର ଖାଦ୍ୟର ପସରା କିନ୍ତୁ ସେଥିପ୍ରତି ଚେଷ୍ଟାର ଅଭାବ”।

ଏହାର ମୁଖ୍ୟ କାରଣ ଉପରେ କୁମାର ନାଥ ଏହି ମତ ଦିଅନ୍ତି ଯେ ଓଡ଼ିଶା ବଜାରରେ ଖାଦ୍ୟ ଶିଳ୍ପ ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ହେଉଥିବା ସଠିକ୍ ବ୍ରାଣ୍ଡିଂ,ମାର୍କେଟିଂ ଉପରେ ପରାମର୍ଶ ଦେବାକୁ କେହିନାହାନ୍ତି। ଫଳରେ ଉଦ୍ୟୋଗୀମାନେ ବାଟବଣା ହୋଇ  ସରକାରଙ୍କ ଯୋଜନା ବିଷୟରେ ସଠିକ୍ ଅବଗତ ହୋଇ ପାରୁନାହାନ୍ତି। ଏହି ସବୁ ସମସ୍ୟା ଉପରେ ସମାଧାନ ପାଇଁ ନିରୋଜ ନାଥଙ୍କ ଦ୍ଵାରା ୨୦୨୨ରେ ଆରମ୍ଭ ହୋଇଥିଲା “ଫୁଡ୍ ସେଫ୍ଟି ମିତ୍ର ନିରୋଜ ” l

ଫୁଡ୍ ସେଫ୍ଟି ମିତ୍ର ନିରୋଜ ବିଷୟରେ କିଛି –

ଜାତୀୟ ଖାଦ୍ୟ ସୁରକ୍ଷା ବୋର୍ଡରୁ ମାନ୍ୟତା ପାଇଥିବା ଏହି ସଂସ୍ଥା  ଉଦ୍ୟୋଗୀମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଲାଇସେନ୍ସ,ଡକ୍ୟୁମେଣ୍ଟ  ଭେରିଫିକେଶନ୍,ଉତ୍ପାଦର ମାର୍କେଟିଂ,ଇ- ବାଣିଜ୍ୟ ଭଳି ସେବା ଯୋଗାଇଥାଏ। କେବଳ ସେତିକି ନୁହେଁ ପ୍ରତ୍ୟକ୍ଷ ଭାବରେ ଉଦ୍ୟୋଗୀଙ୍କୁ ତାଙ୍କର ଦକ୍ଷତା ଅନୁଯାୟୀ ସ୍କ୍ରିଙ୍ଗିଂ କରାଯାଇ ନିଃଶୁକ୍ଳ ଭାବେ ସଠିକ୍ ପରାମର୍ଶ ମଧ୍ୟ ଦିଆଯାଏ। ଭୁବନେଶ୍ବରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ମାଲକାଗିରି ଭଳି ଅନୁନ୍ନତ ଜିଲ୍ଲାରେ ମଧ୍ୟ ଏହି ସଂସ୍ଥା ନିଜର ସେବା ଯୋଗାଉଛି।

“ଫୁଡ୍ ସେଫ୍ଟି ମିତ୍ର ନିରୋଜ” ଆଗମୀ ଦିନରେ ଓଡିଶାର ଉତ୍ପାଦକୁ ଜାତୀୟସ୍ତରୀୟ ବଜାରରେ ପରିଚିତ କରାଇବା ସହିତ  ଆଗାମୀ ୨ ବର୍ଷ ଭିତରେ ଆଞ୍ଚଳିକ ସ୍ତରୀୟ ଉତ୍ପାଦର ସୁଯୋଗ ସୃଷ୍ଟି ଏବଂ ନିଯୁକ୍ତି ନିୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି ଯୁବ ଉଦ୍ୟୋଗୀ ନିରୋଜ କୁମାର ନାଥ। ଏତଦବ୍ୟତୀତ  “ସରକାର ମଧ୍ୟ ଉଦ୍ୟୋଗୀମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ବିଦ୍ୟାଳୟସ୍ତରରୁ ଖାଦ୍ୟ ମେଳା,ଯୁବ ମହୋତ୍ସବ ଆୟୋଜନ କରାଗଲେ ଛାତ୍ରଛାତ୍ରୀମାନେ ଖାଦ୍ୟ ଶିଳ୍ପ ଉପରେ ସଠିକ୍ ମାର୍ଗ ପାଇପାରିବେ ବୋଲି ମତ ଦିଅନ୍ତି କୁମାର ନାଥ।

Leave a Reply

Your email address will not be published. Required fields are marked *