ଓଡ଼ିଆ ଜାତୀୟ ସମ୍ମିଳନୀର ସାଧାରଣ ଅଧିବେଶନ

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀର ସାଧାରଣ ଅଧିବେଶନ ସ୍ଥାନୀୟ ହୋଟେଲ ଚନ୍ଦନ ଠାରେ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା |ଏଥିରେ ପୁରାତନ ସଭାକୁ ଭଙ୍ଗ କରାଯାଇ ନୂତନ ସଭା ଗଠନ କରାଗଲା | ସଭାପତି ଭାବେ ପ୍ରଫେସର ଡ଼ଃ ଅମିୟକୁମାର ମହାନ୍ତି ଓ ମହାସଚିବ ଭାବେ ଶ୍ରୀକାନ୍ତ ଦାଶ ସର୍ବସମ୍ମତି ଭାବେ ମନୋନୀତ ହୋଇଥିଲେ | ଉପସଭାପତି ଭାବେ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ, ସଂଜୀବକୁମାର ସାବତ, ରଘୁନାଥ ମଣ୍ଡଳ, ଅଧିବକ୍ତା ଅଭିମନ୍ୟୁ ସ୍ୱାଇଁ,ତନୁଜା ରଥ, ସଚିବ ଭାବେ ସାବିତ୍ରୀ ମହାପାତ୍ର, ଶରତ କୁମାର ବେହେରା, ଜେନାମଣି ଦିଲ୍ଲୀପ କୁମାର ରାୟ , ଦ୍ଵିତୀକୃଷ୍ଣ ନାୟକ, ଓ ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ସାଧାରଣ ସଭ୍ୟ ଭାବେ ଶରତ କୁମାର ଜେନା, ନିରାକାର ବେଉରା, ଦେବକୀ ନନ୍ଦନ ଓଝା, ନୀଳିମା ସ୍ୱାଇଁ, ଅମ୍ବିକା ସ୍ୱାଇଁ, ଓ କୋଷାଧକ୍ଷ ଭାବେ ରାଜଶ୍ରୀ ତ୍ରିପାଠୀ ମନୋନୀତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ |

ସମ୍ମିଳନୀର ଉପଦେଷ୍ଟା ଭାବେ ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଡ଼ଃ କୁମରବର ଦାସ, ପ୍ରଫେସର ଡ଼ଃ କମଳା ପ୍ରସାଦ ମହାପାତ୍ର, ବିଦେଶୀ ଭଞ୍ଜ ଓ ସତୀଶ ମିଶ୍ର ମନୋନୀତ ହୋଇଥିଲେ | ନୂତନ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ବିଶେଷ ନିମନ୍ତ୍ରୀତ ସଦସ୍ୟ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାଶ ଓ ତାଙ୍କ ଧର୍ମପତ୍ନୀ ମମତା ରାଣୀ ଦାଶଙ୍କୁ ମଧ୍ୟ ନୂତନ ସଭାପତି ଡ଼ଃ ଅମିୟ କୁମାର ମହାନ୍ତି ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ |ପରବର୍ତ୍ତୀ ସଭାରେ ସମ୍ମିଳନୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଲୋଚନା ହେବାର ପ୍ରସ୍ତାବ ଗୃହୀତ ହେଲା |ଶେଷରେ ଜଳପାନର ବ୍ୟବସ୍ଥା କରାଯାଇ ସଭା ସାଙ୍ଗ କରାଯାଇଥିଲା |

Leave a Reply

Your email address will not be published. Required fields are marked *