ଓଡ଼ିଆରେ ନ୍ୟାୟ ପ୍ରଦାନ କରିଥିବା ନ୍ୟାୟମୂର୍ତ୍ତି ଡ଼ଃ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ

ରବିବାର ଜୁଲାଇ 30 ତାରିଖ ସନ୍ଧ୍ୟା 6:30 pm ରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଏକ ଆଭାସୀ (google meet )ସଭା ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି | ସଭାପତି ସଦସ୍ୟ ମାନଙ୍କ ଅବଗତି ନିମନ୍ତେସଭାର ଉଦ୍ଦେଶ୍ୟ ଜଣେଇବାକୁ ଯାଇ କହିଥିଲେ ଯେ ଓଡ଼ିଆରେ ନ୍ୟାୟ ପ୍ରଦାନ କରିଥିବା ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼ଃ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେବା ଆମର ପରମ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ |
ପ୍ରଫେସର
ମନୋରଞ୍ଜନ ଦାସ ପୂର୍ବତନ ବିଚାରପତି ଜଷ୍ଟିସ କୁଞ୍ଜବିହାରୀ ପଣ୍ଡାଙ୍କ ଆଇନ ପୁସ୍ତକର ଓଡ଼ିଆ ଭାଷାନ୍ତର ଓ ବିନୋଦ କାନୁନଗୋ ସବୁଜ୍ଞାନର ପ୍ରକାଶ ପାଇଁ ଓଡ଼ିଆ ଭାଷା ସମର୍ଥ ହେବାକୁ ଜ୍ଞାନମଣ୍ଡଳ ପ୍ରଣୟନର ଉଦାହରଣ ଦେଇ ଏହା ଯେପରି ଓଡ଼ିଆ ଭାଷାର ଜୟଯାତ୍ରାର ତୋରଣ ଫିଟାଇଥିଲା ଆଜି ଜଷ୍ଟିସ ଡଃ ପାଣିଗ୍ରାହୀଙ୍କର ଓଡ଼ିଆ ଭାଷାରେ ରାୟ ଏହି ଯାତ୍ରାକୁ ତ୍ଵରାନ୍ଵିତ କରିଛି ବୋଲି କହିଥିଲେ ।

ଅବସରପ୍ରାପ୍ତ ବିଚାରପତି ଭିକାରି ଚରଣ ରାଉତ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା, ଓଡ଼ିଆ ଭାଷାରେ ଅଦାଲତ ଓ ସରକାରୀ କାର୍ଯ୍ୟ, ହେବା ଆମର ପ୍ରଧାନ ଉଦ୍ଦେଶ୍ୟ | ଓଡିଶା ଉଚ୍ଚ ନ୍ୟାୟାଳୟର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ବିଚାରପତି ଡ଼ଃ ସଂଜୀବ କୁମାର ପାଣିଗ୍ରାହୀ ଏକ ମାମଲାର ବିଚାରକରି ଓଡ଼ିଆରେ ନ୍ୟାୟ ପ୍ରଦାନ କରି ନ୍ୟାୟ ବ୍ୟବସ୍ଥାରେ ନୂତନ ଅଧ୍ୟାୟ ଯୋଡି ଛନ୍ତି | ଭୁବନେଶ୍ୱର ଓକିଲ ସଙ୍ଘର ସଭାପତି ଶ୍ରୀ ଧନେଶ୍ୱର ମହାନ୍ତି ଓଡ଼ିଆରେ ନ୍ୟାୟ ପ୍ରଦାନ ଦିଗରେ ଥିବା ସାମ୍ବିଧାନିକ ଅସୁବିଧା ସବୁ ଦର୍ଶାଇ ଏହାର ନିରାକରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଏ ଐତିହାସିକ ରାୟ ପାଇଁ ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ | ସର୍ବୋଚ୍ଚ ଅଦାଲତର ବରିଷ୍ଠ ଅଧିବକ୍ତା ଶ୍ରୀ ସୁରେନ୍ଦ୍ର କୁମାର ପତ୍ରି କହିଥିଲେ “ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଓଡିଶା ଆଜି ତାର ଭାଷାର ମର୍ଯ୍ୟାଦା ପାଇଁ ଲଢେଇ କରୁଥିବା ବେଳେ ଏ ନ୍ୟାୟ ପ୍ରଦାନ ଆମ ପାଇଁ ନୂତନ ଆଶା ଆଣି ଦେଇଛି |ଓଡିଶାରେ ଆମ ଭାଷା ତାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଥିଲା ବେଳେ ମାନ୍ୟବର ବିଚାରପତି ଓଡ଼ିଆରେ ନ୍ୟାୟ ପ୍ରଦାନ କରି ଓଡ଼ିଆ ଭାଷା ବିରୋଧୀଙ୍କୁ ସଚେତନ କରି ଏ ଭାଷା ରାଜ୍ୟର ରାଜ ଭାଷା ହେଉ ବୋଲି ପରୋକ୍ଷରେ ସୂଚିତ କରିଛନ୍ତି | ଏଥିପାଇଁ ସେ ବିଚାରପତିଙ୍କୁ ଧନ୍ୟବାଦ ଦେଇ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ |ପ୍ରଫେସର ଡ଼ଃ କମଳା ପ୍ରସାଦ ମହାପାତ୍ର ଓଡ଼ିଆ ଭାଷାକୁ କୃତ୍ତି ଓ ବୃତ୍ତିର ଭାଷା ନ କଲେ ଏ ଭାଷା ଭବିଷ୍ୟତ ଅନ୍ଧାରକୁ ଚାଲିଯିବ |ବର୍ତ୍ତମାନର ପ୍ରଶାସନ ଓଡ଼ିଆ ଭାଷାକୁ ମାରିଦେବା ଚକ୍ରାନ୍ତ କରୁଛନ୍ତି |ସେ ଭାଷା ମର୍ଯ୍ୟାଦା ପାଇଁ ଚାଲିଥିବା କଳା ପତାକା ଅଭିଯାନ ଓ ଟିଟିଲାଗଡ଼ର ଅଧିବକ୍ତା ଶ୍ରୀ ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଯୋଗୁଁ କିପରି ସେଠାର ସ୍ଥାନୀୟ ଅଦାଲତ ଓଡ଼ିଆରେ ରାୟ ପ୍ରଦାନ କରିଥିଲେ ତାର ଉଦାହରଣ ଦେଇ ଡ଼ଃ ସଂଜୀବ କୁମାର ପାଣିଗ୍ରାହୀଙ୍କ ଓଡ଼ିଆ ରାୟକୁ ସ୍ୱାଗତ କରିବା ସହ ବିଚାରପତିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | |
ଦୁତିକୃଷ୍ଣ ନାୟକ ଇଂରାଜୀ ମାଧ୍ୟମରେ ଶିକ୍ଷା କିପରି ଆମ ସଂସ୍କୃତି ଓ ପାରିବାରିକ ବନ୍ଧନକୁ ନଷ୍ଟ କରୁଛି ତାହା ଉଲ୍ଲେଖ କରିଥିଲେ ଓ ଯୁଗାନ୍ତକାରୀ ରାୟ ପ୍ରଦାନ କରିଥିବା ବିଚାରପତିଙ୍କୁ ଅଭିନନ୍ଦନ ଜଣେଇଥିଲେ |ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଓଡ଼ିଆ ଭାଷାକୁ ସରକାର କୃତ୍ତି ଓ ବୃତ୍ତିର ଭାଷା କରିବା ସହ ଏହାକୁ ରାଜ୍ୟରେ ଏକ ନମ୍ବର ଭାଷାର ମାନ୍ୟତା ଦେବାକୁ 1954 ଭାଷା ଆଇନ ଲାଗୁ କରିବାକୁ ଦାବି ରଖିଥିଲେ ଓ ନ୍ୟାୟମୂର୍ତ୍ତି ଡ଼ଃ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେଇଥିଲେ |ସଭାପତି ଡ଼ଃ ଅମିୟ କୁମାର ମହାନ୍ତି ନୂତନ ଶିକ୍ଷାନୀତିରେ ଥିବା ଦୋଷ ତ୍ରୁଟି ବିଷୟରେ ଆଲୋଚନା କରି ଏହାର ସଂଶୋଧନ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ | ସେ ମଧ୍ୟ ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ |କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ ଶରତ କୁମାର ବେହେରା, ରଞ୍ଜନ କୁମାର, ବୀଣାପାଣି ଚୌଧୁରୀ, ସାବିତ୍ରୀ ମହାପାତ୍ର, ପିୟୁଷ ବାବୁ, ଶ୍ରୀଶମୟ ମହାପାତ୍ର, ପ୍ରଭାସ ମହାପାତ୍ର, ବରଦା ପ୍ରସନ ଦାସ |ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |ଶିକ୍ଷାବିତ ବିଦେଶୀ ଭଞ୍ଜ ଓଡ଼ିଆରେ ରାୟ ପ୍ରଦାନ କରିଥିବା ବିଚାରପତିଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସମସ୍ତ ବକ୍ତା ଓ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *