ଆସନ୍ତାକାଲି ରାଜ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା ; ୨୦ ଜିଲ୍ଲାକୁ ଆଲର୍ଟ ଜାରି

ରାଜ୍ୟରେ ମୌସୁମି ପ୍ରବାହ ସ୍ୱାଭାବିକ ରହିଛି । ଫଳରେ କିଛି ସ୍ଥାନରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ ଏହାର ପ୍ରବାହରେ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ପରେ ପାଗ ବଦଳିବ। ଆସନ୍ତା ୩୦ ତାରିଖ ଯାଏ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ । ୩୧ରୁ ପୁଣି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ୨୪ ଘଣ୍ଟାରେ ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ ।

Leave a Reply

Your email address will not be published. Required fields are marked *