ହାଇକୋର୍ଟ ୫ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା, କାଲିଠୁ ୧୭ ତାରିଖ ଯାଏ ହାଇକୋର୍ଟ ସଟ୍‌ଡାଉନ୍, ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ସଂପୂର୍ଣ୍ଣ ସଟ୍‌ଡାଉନ୍, କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ୫ ଦିନ ଯାଏ ଶଟଡାଉନ୍ କରାଯାଇଛି। ଅର୍ଥାତ୍ ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ସଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ ତାରିଖ ଯାଏ ହାଇକୋର୍ଟ ଦୁଇ ଡିଭିଜନ୍ ବେଞ୍ଚ ଓ ସାତୋଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୮ରୁ ଫେବୃଆରୀ ୪ ମଧ୍ୟରେ ସ୍ଥଗିତ ରହିଥିବା ମାମଲା ଗୁଡ଼ିକର ଶୁଣାଣି ଫେବୃଆରୀ ୭ ତାରିଖରୁ ତାଲିକାଭୁକ୍ତ ହେବ। ଏହି ସମୟସୀମା ମଧ୍ୟରେ ରୁଟିନ୍ କାର୍ଯ୍ୟଗୁଡ଼ିକ ମଧ୍ୟ ବନ୍ଦ ରହିପାରେ।

Leave a Reply

Your email address will not be published. Required fields are marked *