ଆଇ ସର୍ଭ ୟୁ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ କବିତା ସଙ୍କଳନ ‘ସ୍ମୃତିର ଫଗୁଣ’ ଉନ୍ମୋଚିତ

ଭୁବନେଶ୍ୱର: ଆଇଟି ସେକ୍ଟରର ଅଗ୍ରଣୀ ଅନୁଷ୍ଠାନ ଆଇ ସର୍ଭ ୟୁ ତରଫରୁ ଉତ୍କଳ ଦିବସ ପାଳିତ ହୋଇ ଯାଇଛି | ଇନଫୋସିଟି ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଏହି ଅବସରରେ ଆୟୋଜିତ ମନୋଜ୍ଞ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ପୁଣ୍ୟ ଉତ୍କଳ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମୁରଲୀଧର ପରିଡା, ବିଶିଷ୍ଟ ସମାଜସେବୀ, ବୁଦ୍ଧିଜୀବୀ ତଥା କବି ରବୀନ୍ଦ୍ରନାଥ ରାଉତରାୟ ଏବଂ ଆଇ ସର୍ଭ ୟୁ ର ନିର୍ଦ୍ଦେଶକ ଯୁବ ଉଦ୍ୟୋଗପତି ଦେବୀପ୍ରସାଦ ଷଡଙ୍ଗୀ ଉପସ୍ଥିତ ଥିଲେ |
ପ୍ରଥମେ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରା ଯାଇଥିଲା ଏବଂ ପରେ ସୁନ୍ଦର ଓଡିଶୀ ନୃତ୍ୟ ସହ କାର୍ଯକ୍ରମ ଆରମ୍ଭ କରା ଯାଇଥିଲା ।

ଏହି ଅବସରରେ କବି ରବୀନ୍ଦ୍ରନାଥ ରାଉତରାୟଙ୍କ କବିତା ସଙ୍କଳନ ‘ ସ୍ମୃତିର ଫଗୁଣ ‘ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ଜୀବନ ଓ ଦୁନିଆର ନିଚ୍ଛକ ସତକୁ ନେଇ ୪୪ ଗୋଟି କବିତା ମାଧ୍ୟମରେ ସେ କିଭଳି ପରିପ୍ରକାଶ କରିଛନ୍ତି ସେବିଷୟରେ କବି ରବୀନ୍ଦ୍ରନାଥ ତାଙ୍କ ବକ୍ତବ୍ୟରେ କହିବା ସହ ଏହି କବିତା ସଂକଳନ ‘ ସ୍ମୃତିର ଫଗୁଣ ‘ କୁ ଆଇ ସର୍ଭ ୟୁ ର ନିର୍ଦ୍ଦେଶକ ଯୁବ ଉଦ୍ୟୋଗପତି ଦେବୀପ୍ରସାଦ ଷଡଙ୍ଗୀଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ |

ମୁଖ୍ୟ ଅତିଥି ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ତାଙ୍କର ଓଜସ୍ବିନୀ ଅବିଭାଷଣରେ କହିଥିଲେ କି ବର୍ତ୍ତମାନର ଯୁବପୀଢ଼ି ଓଡ଼ିଆ ଅସ୍ମିତା ସହ ପରିଚିତ ହେବା ଦରକାର | ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଲକ୍ଷ୍ୟ ନେଇ ସମସ୍ତେ କାମ କରିବା ଆବଶ୍ୟକ | କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇ ଆଇ ସର୍ଭ ୟୁ ର ନିର୍ଦ୍ଦେଶକ ଦେବୀପ୍ରସାଦ ଷଡଙ୍ଗୀ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଆଇ ସର୍ଭ ୟୁ କିଭଳି ୫ ଜଣ କର୍ମଚାରୀରୁ ଆରମ୍ଭ ହୋଇ ବର୍ତ୍ତମାନ ୫ ଶହ ରେ ପହଂଚିଛି ସେ ନେଇ ସମ୍ୟକ୍ ସୂଚନା ଦେଇଥିଲେ |

Leave a Reply

Your email address will not be published. Required fields are marked *