ଇଏ ହେଉଛନ୍ତି ଓଡ଼ିଶା କ୍ୟାଡରର ଚର୍ଚ୍ଚିତ ଆଇପିଏସ ଅଫିସର ; ଚିହ୍ନନ୍ତୁ କିଏ ?

ଭୁବନେଶ୍ୱର: ନୂଆ ଲୁକରେ ନଜର ଆସିଲେ ପାଟଣାଗଡ଼ ଟାଇଗର | ପାଟଣାଗଡ଼ ପାର୍ସଲ ବୋମାର ପର୍ଦ୍ଦାଫାସ କରି ଚର୍ଚ୍ଚିତ ହୋଇଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି | ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବୋଥ୍ରା ନିଜର ଏହି ଫଟୋ ପୋଷ୍ଟ ପରେ ଟ୍ୱିଟର ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି | ଅଧିକାଂଶ ୟୁଜର୍ସ ତାଙ୍କୁ କୃଷକ ନେତା ରାକେଶ ଟୀକାୟତଙ୍କ ସହ ତୁଳନା କରୁଥିବାବେଳେ ଆଉ କିଛି ପ୍ରଶ୍ନ କରୁଛନ୍ତି ଯେ ପଞ୍ଜାବ ନିର୍ବାଚନରେ ତାଙ୍କର କଣ ଭୂମିକା ରହିବ |

ବାସ୍ତବରେ ଆଇପିଏସ ଅଫିସର ତଥା ଓଏସଆରଟିସିର ସିଏମଡି ଥିବା ଅରୁଣ ବୋଥ୍ରା ଆଜି ସୋସିଆଲ ମିଡ଼ିଆ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଥିଲେ | ଫଟୋ ପୋଷ୍ଟ କରି କ୍ୟାପ୍ସନରେ ସେ ଲେଖିଥିଲେ ଯେ ପଞ୍ଜାବ ନିର୍ବାଚନ ପାଇଁ ନୂଆ ପ୍ରବେଶ, ଆପଣ ଜାଣିପାରୁଛନ୍ତି କି ?

ଏହି ଫଟୋରେ ଅରୁଣ ବୋଥ୍ରାଙ୍କୁ ପଗଡି ପିନ୍ଧିଥିବା ସହ ଲମ୍ବା ଦାଢ଼ି ରଖିଥିବାର ଦେଖିବାକୁ ମିଳିଥିଲା | ଆଉ ଏହା ପରେ ତାଙ୍କ ଫଲୋୟର୍ସଙ୍କ ମଧ୍ୟରେ ଏହା ବିଜୁଳି ବେଗରେ ଭାଇରାଲ ହୋଇଥିଲା | ତେବେ ଅରୁଣ ବୋଥ୍ରା ଏହି ଫଟୋ ପଛର ରହସ୍ୟ ବାବଦରେ କୌଣସି ଖୁଲାସା କରିନାହାନ୍ତି | ଏଠାରେ ସୂଚନା ଥାଉ କି ଆସନ୍ତା ୨୦ ତାରିଖରେ ପଞ୍ଜାବର ୧୧୭ଟି ଆସନ ପାଇଁ ମତଦାନ ହେବ | ଆଉ ମାର୍ଚ୍ଚ ୧୦ରେ ଫଳାଫଳ ଜଣାପଡିବ |

Leave a Reply

Your email address will not be published. Required fields are marked *