ସାହିତ୍ୟ ସାଧନା ଏକ କଳା, ଯାହା କେବଳ ମୌଳିକତା ଉପରେ ବିଶ୍ୱାସ କରେ : ଶୁଭ୍ରାଂଶୁ

ବୟସ ମାତ୍ର ୧୮ । ପିଲାଟି ଦିନରୁ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ଯାହାର ଫଳସ୍ୱରୂପ ମାତ୍ର ତୃତୀୟ ଶ୍ରେଣୀରୁ ଓଡ଼ିଆ ମାଗାଜିନ୍, ଜହ୍ନମାମୁ ଭଳି ଗଳ୍ପ ପଢିବା ସହିତ ପ୍ରତ୍ୟେକ ମାସରେ ୪-୫ ଇଂରାଜୀ ଉପନ୍ୟାସ ପଢୁଥିଲେ ଏହି ଯୁବ ଲେଖକ। ସେହି ଯୁବ ପ୍ରତିଭା ହେଉଛନ୍ତି ଶୁଭ୍ରାଂଶୁ ଦାଶ।ବର୍ତ୍ତମାନ ଶୁଭ୍ରାଂଶୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ସ୍ନାତକ ଶିକ୍ଷା ଗ୍ରହଣ କରୁଛନ୍ତି । ଭବିଷ୍ୟତରେ ଇଂରାଜୀ ପ୍ରାଧ୍ୟାପକ ହେବାର ଲକ୍ଷ୍ୟ ରଖିଛନ୍ତି ଶୁଭ୍ରାଂଶୁ।
ତୁଳସୀ ଦୁଇ ପତ୍ରରୁ ବାସିବା ପରି ମାତ୍ର ସପ୍ତମ ଶ୍ରେଣୀରୁ ଲେଖକୀୟ ଜୀବନ ଆରମ୍ଭ କରିବା ସହ ବାଗ୍ମୀତା,ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖୁବ୍ ପ୍ରସଂଶା ସାଉଁଟିଛନ୍ତି ଶୁଭ୍ରାଂଶୁ।ତେବେ ପ୍ରକୃତି ଉପରେ ସର୍ବଦା ନିଜର ଲେଖାକୁ ବୟାନ କରନ୍ତି ଏହି ଯୁବକବି।ସେ ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ମନୋଜ ଦାସ,ପ୍ରତିଭା ରାୟ,ରବର୍ଟ ଫ୍ରଷ୍ଟ୍,ରାସ୍କିନ୍ ବଣ୍ଡଙ୍କୁ ନିଜର ଆଦର୍ଶ ମାନନ୍ତି।
ଅନ୍ୟପକ୍ଷରେ କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୁକ୍ତ ଓ ମାଗଣାରେ ଇଂରାଜୀ ଶିକ୍ଷାକୁ ଗରିବ ମେଧାବୀଙ୍କ ପାଖରେ ପହଂଚାଇବା ପାଇଁ “ଇଂଲିଷ୍ ସପୋର୍ଟ ମିଶନ୍”ଯାହା ଧର୍ମଗଡ଼ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ପଞ୍ଚାନନ ଦୁରିଆଙ୍କ ଦ୍ୱାରା ପ୍ରତିଷ୍ଠିତ।୨୦୧୩ରୁ ଏହି ମିଶନ୍ ର ସଭ୍ୟ ଅଛନ୍ତି ଶୁଭ୍ରାଂଶୁ।ବର୍ତ୍ତମାନ ୧୦,୦୦୦ରୁ ଉର୍ଦ୍ଧ୍ବ ଗ୍ରାମୀଣ ଛାତ୍ର ଏହି ମାଗଣା ଶିକ୍ଷା ଦ୍ୱାରା ଉପକୃତ ହେଉଛନ୍ତି। ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକାର ଇଂରାଜୀ ସାହିତ୍ୟିକ ପାମରଷ୍ ଙ୍କ ସହିତ ମିଶି “ରିଟର୍ନିଂ ଦ ବ୍ଲୁ ଵଟରଫ୍ଲାଏ ଡାଇମଣ୍ଡ ଫ୍ରମ୍ ୱେଷ୍ଟ ଆଫ୍ରିକା”ର ଦ୍ଵିତୀୟ ସଂକଳିତ ଇଂରାଜୀ ପୁସ୍ତକର ରଚନା କରିଛନ୍ତି ଶୁଭ୍ରାଂଶୁ।ଯାହା ତାଙ୍କୁ ଗଣମାଧ୍ୟମରେ ଅନେକ ଖ୍ୟାତି ଆଣିଦେଇଥିଲା।
ତାଙ୍କ ମତରେ “ସାହିତ୍ୟ ସାଧନା ଏକ କଳା,ଯାହା କେବଳ ମୌଳିକତା ଉପରେ ବିଶ୍ୱାସ କରେ।ଲେଖିବା ପୂର୍ବରୁ ଗଭୀର ଅଧ୍ୟୟନ ନିତ୍ୟାନ୍ତ ଆବଶ୍ୟକ”ବୋଲି ନିଜର ମତ ଦେଇଛନ୍ତି ଏହି ଯୁବ ସାହିତ୍ୟିକ।ଅନ୍ୟପକ୍ଷରେ ବର୍ତ୍ତମାନର ସମୟରେ ସୋସିଆଲ୍ ମିଡ଼ିଆ ଜରିଆରେ ଯାହାର ସଠିକ୍ ସଦୁପଯୋଗ କରି ଆମେ ଆମେ ନିଜର ସାହିତ୍ୟକୁ ବିଶ୍ୱସ୍ତରୀୟ କରିପାରିବା ସହିତ ଖୁବ୍ କମ୍ ସମୟରେ ନିଜର ରଚନା ଶକ୍ତି ବଳରେ ଅଧିକ ଲୋକଙ୍କ ପାଖରେ ପହଁଚିପାରିବା ବୋଲି ମତ ଦେଇଛନ୍ତି ଶୁଭ୍ରାଂଶୁ।

ଶୁଭ୍ରାଂଶୁଙ୍କ କିଛି କୃତି-

ଏହି ଯୁବକବିଙ୍କ ଦ୍ୱାରା ରଚିତ ଅନେକ ରଚନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସାଉଁଟିଛି ଯହିଁରେ-
ମୋ ସ୍ବପ୍ନର ଭାରତ,ପରିବେଶ ପ୍ରଦୂଷଣ (ଓଡ଼ିଆରେ)
ସିକ୍ରେଟ ଭ୍ୟାଲି,ଲଣ୍ଡନ ଅଫ୍ ମାଇ ଡ୍ରିମ୍ସ,ଦ ସିଙ୍ଗିଙ୍ଗ ଟ୍ରି (ଇଂରାଜୀରେ) ପ୍ରମୁଖ ଅଟେ।

Leave a Reply

Your email address will not be published. Required fields are marked *