ଆସନ୍ତା ୨୩ ରୁ କିଟରେ ଆରମ୍ଭ ହେବ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ”

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା ହବ ଭାବେ ପରିଚିତ ହୋଇଥିବା ବେଳେ ଆଗାମୀ ଦିନରେ ଆଇଟି ଓ କର୍ପୋରେଟ କ୍ଷେତ୍ରରେ ସାରା ଦେଶରେ ଏକ ନୂଆ ପରିଚୟ ଲାଭ କରିବାକୁ ଯାଉଛି | ଅଧିକାଂଶ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ଭୁବନେଶ୍ୱରକୁ ସେମାନଙ୍କର ପ୍ରଥମ ପସନ୍ଦର ସହର ଭାବେ ବିବେଚନା କରୁଛନ୍ତି | ତେଣୁ ଏଠାରେ ଗଢି ଉଠୁଥିବା କର୍ପୋରେଟ ତଥା ଆଇଟି କମ୍ପାନୀ ମାନଙ୍କ ମଧ୍ୟରେ ସୌହାର୍ଦପୂର୍ଣ୍ଣ ସମ୍ପର୍କ ବଜାୟ ରଖି ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆଇ ସର୍ଭ ୟୁ ପକ୍ଷରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” ଆୟୋଜିତ ହୋଇ ଆସୁଅଛି |

” ଆଇ ସର୍ଭ ୟୁ ହିରୋ ଲିଗ ” ହେଉଛି ଭାରତର ସର୍ବବୃହତ କର୍ପୋରେଟ୍ କ୍ରିକେଟ୍ ଲିଗ୍, ଯେଉଁଠାରେ ପ୍ରତିବର୍ଷ ୪ଟି ଫ୍ରାଞ୍ଚାଇଜ୍ ଦଳ ମାଧ୍ୟମରେ ବିଭିନ୍ନ କର୍ପୋରେଟ୍ ର ପ୍ରାୟ ୧୩୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥାନ୍ତି । କର୍ପୋରେଟ ଅନୁଷ୍ଠାନ ଗୁଡିକ ମଧ୍ୟରେ ଯୋଗସୂତ୍ର ପାଇଁ କ୍ରୀଡାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରି ଆଇ ସର୍ଭ ୟୁ ଗତ ୨ ବର୍ଷ ଧରି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ କରି ଆସୁଅଛି | ଚଳିତ ବର୍ଷ ଏହାର ତୃତୀୟ ସଂସ୍କରଣ | ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆଇଟି କମ୍ପାନୀରେ କାର୍ଯ୍ୟରତ ଯୁବପିଢ଼ି ମାନେ କିଛି ସମୟ ପାଇଁ ମାନସିକ ଚାପରୁ ଦୁରେଇ ରହିବେ ଯାହା ତାଙ୍କ କାର୍ଯ୍ୟଦକ୍ଷତା ଉତ୍ସାହଜନକ ଭାବେ ବୃଦ୍ଧି କରିବାରେ ସହାୟକ ହେବ |

filter: 0; jpegRotation: 0; fileterIntensity: 0.000000; filterMask: 0; module:1facing:0; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (-1, -1); aec_lux: 0.0; hist255: 0.0; hist252~255: 0.0; hist0~15: 0.0;

ଏହି କ୍ରମରେ ଚଳିତ ବର୍ଷ ଆସନ୍ତା ଏପ୍ରିଲ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ କିଟ କ୍ରିକେଟ ଷ୍ଟାଡିୟମ ଠାରେ ଏହା ଆୟୋଜିତ ହେବ | ପ୍ରତ୍ୟେକ ଦିନ ଅପରାହ୍ନରୁ ରାତ୍ର ପର୍ଯ୍ୟନ୍ତ ୨ ଗୋଟି ମ୍ୟାଚ ଖେଳାଯିବ | ସ୍ପାର୍ଟନ୍ସ, ନିମୁରାଇ, ଗ୍ଲାଡିଏଟର୍ସ ଏବଂ ଟ୍ରୟ (Spartans, Nimurai, Gladiators, and Troy) ନାମରେ ସମୁଦାୟ ୪ ଗୋଟି ଟିମ ମଧ୍ୟରେ ୧୨ ଟି ମ୍ୟାଚ ଖେଳାଯିବ | ୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୯ ତାରିଖରେ ଖେଳାଯିବ |

ମ୍ୟାଚ ଦେଖିବାପାଇଁ ଦର୍ଶକମାନଙ୍କ ପାଇଁ ଫ୍ରି ପାସ ରହିଛି ତା ସହ ସ୍ୱଳ୍ପ ମୂଲ୍ୟର ଟିକେଟ ବ୍ୟବସ୍ଥା ମଧ୍ୟ ରହିଛି | ଅନଲାଇନ ଟିକେଟ ପ୍ଲାଟଫର୍ମ ଗୁଡିକରେ ଖେଳପ୍ରେମୀ ମାନେ ଆଗୁଆ ବୁକ ମଧ୍ୟ କରି ପାରିବେ | ସମସ୍ତ କ୍ରୀଡ଼ାପ୍ରେମୀମାନଙ୍କୁ ଏହି ଉତ୍ସାହପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଆଇ ସର୍ଭ ୟୁ ହିରୋ ଲିଗ ” ଦେଖିବାକୁ ଆସିବା ପାଇଁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଉଛି |

ନିୟୋଗିନ, ୟୁନିଅନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଡିସିବି ବ୍ୟାଙ୍କ, ଲିଭଲଙ୍ଗ ଇନ୍ସୁରାନ୍ସ ଭଳି ପ୍ରତିଷ୍ଠିତ ସୁନାମଧନ୍ୟ ଅନୁଷ୍ଠାନ ମାନଙ୍କ ସହଯୋଗରେ ଆୟୋଜିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଯାଉଅଛି | ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ତରଫରୁ ସବିଶେଷ ସୂଚନା ଦିଆଯାଇଥିଲା |

Leave a Reply

Your email address will not be published. Required fields are marked *