ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ

ଭୁବନେଶ୍ବର : ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଏନେଇ ଆୟୋଜିତ ଏକ ଉତ୍ସବରେ ପରିଷଦ ପକ୍ଷରୁ ବେଲ, ବସାଦହି, କଦଳୀ, ନଡ଼ିଆ, ଇତ୍ୟାଦିରେ ପ୍ରସ୍ତୁତ ସୁସ୍ବାଦ ପଣା ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା ।

ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ ଆଜିର ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମ ସଭ୍ୟତା ସଂସ୍କୃତି ର ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଭୁଲି ଆମ ସାମାଜିକ ଚଳନି କଳ୍ପନା କରାଯାଇପାରେନା । ଏମିତି କିଛି ମତ ଆଉ ବିଶ୍ଵାସ ସହ ପରିଷଦର ସଦସ୍ୟ ମାନେ ଉତ୍ସାହ ସହକାରେ ଉତ୍ସବରେ ସାମିଲ ହୋଇ ଥିଲେ । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସ୍ଥାନୀୟ ସମାଜସେବୀ ମାନି ପଣ୍ଡା, ପୁଷ୍ପଲତା ମହାପାତ୍ର, ବୈଲୋଚନ ସାହୁ, ନିରଞ୍ଜନ ସାହୁ, ସୀମାଦ୍ରି ଶେଖର ସାହାଣୀ, ମନୋରଂଜନ ପଣ୍ଡା, ମନୋରଂଜନ ଦାଶ, ସୁକାନ୍ତ ମହାନ୍ତି, ଲକ୍ଷ୍ମଣ ଦାଶ, ଜୟପ୍ରଦା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *