ୟୁକ୍ରେନ୍-ରୁଷିଆ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍

ୟୁକ୍ରେନ୍-ରୁଷିଆ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ।
ପ୍ରାୟ ଦେଢ଼ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଆଲୋଚନା

ଜିନପିଙ୍ଗ କହିଛନ୍ତି, ଯୁଦ୍ଧ ଦ୍ବାରା କାହାର ସ୍ବାର୍ଥ ସାଧନ ହେବନାହିଁ । ଉଭୟ ଆମେରିକା ଓ ଚୀନ ଅନ୍ତର୍ଜାତୀୟ ଦାୟିତ୍ବ ତୁଲାଇବା ଉଚିତ୍ ।
ବିଶ୍ବରେ ଶାନ୍ତି ଓ ସୁରକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ: ଜିନପିଙ୍ଗ

ୟୁକ୍ରେନ୍-ରୁଷିଆ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ଏବଂ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନା । ଚୀନର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ, ଏ ନେଇ କିଛି କହିନାହାନ୍ତି ସି ଜିନପିଙ୍ଗ । ରୁଷର ଆକ୍ରମଣକୁ ନିନ୍ଦା କରିବା ପାଇଁ ଚୀନ ଓ ଭାରତ ଉପରେ ଚାପ ପକାଉଛି ଆମେରିକା

Leave a Reply

Your email address will not be published. Required fields are marked *