ହୃଦ୍‌ଘାତର ଶିକାର ହୋଇଛନ୍ତି କନ୍ନଡ଼ ଅଭିନେତା ପୁନୀତ ରାଜକୁମାର

ବେଙ୍ଗାଲୁରୁ: ହୃଦ୍‌ଘାତର ଶିକାର ହୋଇଛନ୍ତି କନ୍ନଡ଼ ଅଭିନେତା ପୁନୀତ ରାଜକୁମାର। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ୪୬ ବର୍ଷୀୟ ପୁନୀତ୍‌ଙ୍କର ଆଜି ହାର୍ଟଆଟାକ୍‌ ହୋଇଥିଲା। ତା’ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କ ସ୍ଥିତି ନେଇ ଏକ ବୁଲେଟିନ୍ ଜାରି କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ପୁନୀତ୍‌ଙ୍କୁ ଫ୍ୟାନ୍‌ମାନେ ଆପୁ ବୋଲି ସମ୍ବୋଧନ କରନ୍ତି। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *