ସମାଜ ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ ଯୋଡିଥାଏ ସାହିତ୍ୟ- ରଶ୍ମି ସାମଲ

ତାଙ୍କ ସାହିତ୍ୟରେ ଥାଏ ଗୋଟିଏ ସାଧାରଣ ମଣିଷର ନିଚ୍ଛକ ଜୀବନର କଥା । ଯହିଁରେ ସମାହିତ କିଛି ଅଙ୍ଗେନିଭା କଥା ଓ ଘଟଣା । ତାଙ୍କର ଏହି ଲେଖାରେ ପ୍ରସ୍ଫୁଟିତ ହୁଏ ସମାଜ ସଂସ୍କାରର ବାର୍ତ୍ତା । ତେବେ ସେହି ସୁଲେଖିକା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତା ଶ୍ରୀମତୀ ରଶ୍ମି ସାମଲ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ହାସଲ କରିଥିବା ସାହିତ୍ୟିକା ରଶ୍ମିଙ୍କ ପିଲାବେଳ କଟିଥିଲା ଗ୍ରାମୀଣ ପରିବେଶ ଓ ପ୍ରକୃତିର କୋଳରେ । ନିଜର ସାଂସାରିକ ଜଞ୍ଜାଳରୁ ଟିକେ ଫୁରସତ୍ ପାଇଲେ ସେ ଧରି ବସନ୍ତି କଲମ ଓ କାଗଜ। ପାଠକଙ୍କ ପ୍ରେରଣା ଆଜି ତାଙ୍କୁ ଆଗେଇବାରେ ଖୁବ୍ ପ୍ରେରଣା ଯୋଗାଇଛି ବୋଲି ମତ ଦିଅନ୍ତି ଶ୍ରୀମତୀ ସାମଲ ।

ଲେଖିକା ରଶ୍ମିଙ୍କ କୃତି ଓ ପୁରସ୍କାର ବିଷୟରେ କିଛି-

ନିର୍ଜନତାର ନୂପୁର (କବିତା)

ଅପରାହ୍ନ ସ୍ପନ୍ଦନ ପୁରସ୍କାର, ଅଖିଳ ଚକ୍ର ଓଡ଼ିଶା ପୁରସ୍କାର
କବି ପ୍ରତିଭା ଗଳ୍ପ ସମ୍ମାନ
ମୌସୁମୀ ସାହିତ୍ୟ ସମ୍ମାନ

ଏକ ଶିକ୍ଷଣୀୟ ମାହୋଲରେ କଟିଥିଲା ତାଙ୍କ ଶୈଶବ । ଓଡ଼ିଆ ଭାଷା ସାହିତ୍ୟର କବିତା, କ୍ଷୁଦ୍ରଗଳ୍ପ,ସମୀକ୍ଷା ଏବଂ ପ୍ରବନ୍ଧ ବିଭାଗରେ ନିଜର ସାଧନା ଜାରି ରଖିଥିବା ଏହି ଲେଖିକା ଜଣଙ୍କ ବ୍ୟାସକବି ଫକୀର ମୋହନ ସେନାପତି, ରମାକାନ୍ତ ରଥଙ୍କ ଭଳି ବିଶିଷ୍ଟ ଲେଖକଙ୍କ ଲେଖାରେ ଖୁବ୍ ଅନୁପ୍ରାଣିତା ।

ଆଗାମୀ ଦିନରେ ନବାଗତ ଲେଖକ ଲେଖିକା ମାନଙ୍କୁ ସାହିତ୍ୟିକା ରଶ୍ମି ସାମଲ ଏହି ଉପଦେଶ ଦିଅନ୍ତି ଯେ “ସଦା ମାତୃଭାଷାକୁ ଭଲ ପାଆନ୍ତୁ ଏବଂ ଯେତେ ସମ୍ଭବ ନୂଆ ପତ୍ରପତ୍ରିକା ପଢନ୍ତୁ ।” ସେତୁବନ୍ଧ ଯୋଡ଼ିବାରେ ଗୁଣ୍ଡୁଚି ଭଳି ଯଦି ଓଡ଼ିଆ ସାହିତ୍ୟ ପାଇଁ କିଛି ନିଜର ଅବଦାନ ଦେଇ ପାରିବେ ତେବେ ତାଙ୍କର ଜୀବନ ସାର୍ଥକ ହେବ ବୋଲି ନିଜର ଭାବ ପ୍ରକାଶ କରିଛନ୍ତି ରଶ୍ମି ସାମଲ।

Leave a Reply

Your email address will not be published. Required fields are marked *