ଲେଖା ମାଧ୍ୟମରେ ଲୋକଙ୍କ ଭିତରେ ଥିବା କଳୁଷିତ ଭାବନାକୁ ଦୂର କରିବା ଚେଷ୍ଟାରେ ଜ୍ଞାନ ବିଜୟିନୀ

ନିଜ ପିତାଙ୍କ ପ୍ରେସ୍ ଓ ବଡ଼ବାବାଙ୍କ ଛପାଲେଖା ତାଙ୍କୁ ପ୍ରେରଣା ଯୋଗାଇଥିଲା ସାହିତ୍ୟ ସାଧନା ପାଇଁ।ପିଲାଟି ଦିନରୁ ଗଳ୍ପ ସାହିତ୍ୟ ଓ ପ୍ରବନ୍ଧ ସାହିତ୍ୟ ପ୍ରତି ତାଙ୍କର ରୁଚି ଥିଲା।ତେବେ ସେହି ଯୁବ ଲେଖିକା ହେଉଛନ୍ତି ଜ୍ଞାନ ବିଜୟିନୀ ବେଉରା।କଟକ ଜିଲ୍ଲାର ସାହାସପୁର ଠାରେ ଜନ୍ମିତା ଜ୍ଞାନ ବିଜୟିନୀ ଖ୍ରୀଷ୍ଟ ମହାବିଦ୍ୟାଳୟ ରୁ ଓଡ଼ିଆରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ବିଇଡି ଅଧ୍ୟୟନ କରୁଛନ୍ତି । ତେବେ ସ୍ନାତକ ପ୍ରାରମ୍ଭରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ ଏହି ଯୁବ ଲେଖିକା।
ଗଳ୍ପ ଅପେକ୍ଷା ପ୍ରବନ୍ଧକୁ ଗୁରୁତ୍ୱ ଦିଅନ୍ତି ଜ୍ଞାନ ବିଜୟିନୀ ତାଙ୍କ ମତରେ “ପ୍ରବନ୍ଧରେ ତଥ୍ୟ ଅଧିକ ଥାଏ ଓ ଏହା ଲୋକଙ୍କ ପାଖରେ ଖୁବ୍ ଶୀଘ୍ର ପହଂଚିଥାଏ।”
ଓଡ଼ିଆ ଭାଷା ସାହିତ୍ୟର ଉପନ୍ୟାସ ସମ୍ରାଟ ଫକୀର ମୋହନ ସେନାପତି,ଗୋପବନ୍ଧୁ ଦାସ,ମନୋଜ ଦାସ, ପ୍ରତିଭା ରାୟଙ୍କୁ ନିଜର ଆଦର୍ଶ ମଣନ୍ତି ବିଜୟିନୀ।
ବର୍ତ୍ତମାନର ସମାଜରେ ଅବହେଳିତ ବୃଦ୍ଧବୃଦ୍ଧାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଖୁବ୍ ଚିନ୍ତିତ ଏବଂ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଚିନ୍ତାଧାରାକୁ ନେଇ ଖୁବ୍ କ୍ଷୁବ୍ଧ ଏହି ଯୁବ ଲେଖିକା । ତେଣୁ ନିଜର ପ୍ରବନ୍ଧ ସାହିତ୍ୟ ମାଧ୍ୟମରେ ସର୍ବଦା ସମାଜର ଏହି ବର୍ଗକୁ ଯଥୋଚିତ ନ୍ୟାୟ ଦେବାକୁ ଚେଷ୍ଟା ମଧ୍ୟ କରନ୍ତି।ତାଙ୍କର ମୁଖ୍ୟ ଲକ୍ଷ୍ୟ ଏହା ଯେ ନିଜର ରଚନା  ମାଧ୍ୟମରେ ଲୋକଙ୍କ ଏହି କଳୁଷିତ ଭାବନାକୁ ଦୂର କରିବା।କାରଣ ଜ୍ଞାନ ବିଜୟିନୀଙ୍କ ମତରେ “ସାହିତ୍ୟ ସମାଜର ଦର୍ପଣ,ଏହା ନୀତି ଓ ସଂସ୍କାରର ପ୍ରତିଛବି।”

ଯୁବ ଲେଖିକା ଜ୍ଞାନ ବିଜୟିନୀ ବେଉରାଙ୍କ କୃତି-

ମୋ ପିଲାଦିନ ଓ ଆଜି(ସମାଜ)
ସତ୍ୟବାଦୀ ଚେତନାର ମହାମାନ୍ତ୍ରୀକ ଗୋପବଙ୍କୁ ଦାସ (ନୀତିଦିନ)
ଏବେ ବନ୍ଧୁ ମରୁଡି (ସମାଜ)
ଓଡ଼ିଆ ସାହିତ୍ୟରେ ସବୁଜ ପର୍ବ (ସୂର୍ଯ୍ୟପ୍ରଭା)
ବାପାଙ୍କ ଠାରୁ ଶୁଣିଥିଲି(ସମାଜ)

Leave a Reply

Your email address will not be published. Required fields are marked *