‘କଫି ପିଉ ପିଉ ପ୍ରେମ’ : ଏମିତି ବିଷୟବସ୍ତୁକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ

ଭୁବନେଶ୍ୱର : ପ୍ରେମର ଆରମ୍ଭ କଫିସପ୍ ରୁ ହିଁ ତ ହୁଏ, କଫି ପିଆ ସହ ଭାବର ଆଦାନ ପ୍ରଦାନ ହେଲାବେଳେ କେତେବେଳେ ଯେ ପ୍ରେମ ହୋଇଯାଏ। ଆଜିକା ଯୁବପିଢି ଙ୍କୁ ଦୃଷ୍ଟିରେ ରଖି ଏହିପରି କିଛି ବିଷୟବସ୍ତୁ କୁ ଚଳଚ୍ଚିତ୍ର ଆକାରରେ ନେଇ ଆସୁଛି ‘Roudri teleart private limited ‘ ଯାହାର ନାମ ‘ Coffee shop, ପ୍ରେମର ଆରମ୍ଭ ‘ । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି’ ସୁଧାଂଶୁ ମୋହନ ସାହୁ’ , ପ୍ରଯୋଜନା କରିଛନ୍ତି ‘ଆଶିଷ କୁମାର ସିହ୍ନା’, କାହାଣୀ ଲେଖିଛନ୍ତି ‘ପ୍ରିୟବ୍ରତ ପଣ୍ଡା’ ଏବଂ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନାୟକ ‘ଅଭିଷେକ ଗିରି’ ଓ ଏହି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନାୟିକା ‘ପ୍ରକୃତି ମିଶ୍ର ‘।
ଭୁବନେଶ୍ୱର,ହୋଟେଲ ଏମ୍ପାୟାରସ୍ ରେ ଏହି ଚଳଚ୍ଚିତ୍ରର ମହୁରତ ଆୟୋଜନ କରାଯାଇଥିଲା। ଏଥିରେ ଉପରୋକ୍ତ ସମସ୍ତ ବ୍ୟକ୍ତି, ଏହି ଚଳଚ୍ଚିତ୍ରର ଏକ ବରିଷ୍ଠ କଳାକାର ‘ ପ୍ରଦ୍ୟୁମ୍ନ ଲେଙ୍କା ‘ ସଙ୍ଗୀତ ନିର୍ଦ୍ଦେଶକ ‘ ଅଭିଜିତ ମଜୁମଦାର ‘ ଓ କଣ୍ଠଶିଳ୍ପୀ ମାନେ ଯୋଗଦାନ କରିଥିଲେ।
ପ୍ରଯୋଜକ ଙ୍କ ମତ ଅନୁସାରେ ସେ ଓ ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ବିଷୟରେ ମଧ୍ୟ ଏକ କଫି ସପ୍ ରେ ଭାବିଥିଲେ। ଆଜିକାଲି ର ଯୁବ ପିଢ଼ିଙ୍କ ପ୍ରେମ ମଧ୍ୟ ପ୍ରାୟତ କଫି ସପ୍ ରୁ ହିଁ ଆରମ୍ଭ ହେଉଛି। ଏହିପରି ବିଷୟବସ୍ତୁ ଯୁବ ପିଢ଼ିଙ୍କ ମଧ୍ୟରେ ଆଦୃତ ହେବ। ସେଥିପାଇଁ ଏହିପରି ବିଷୟବସ୍ତୁ ରେ ଚଳଚ୍ଚିତ୍ର କରିବାକୁ ତାଙ୍କୁ ପ୍ରେରିତ କଲା।
ନିର୍ଦ୍ଦେଶକ ‘ ସୁଧାଂଶୁ ମୋହନ ସାହୁ’ ଏହି ଚଳଚ୍ଚିତ୍ର ର ବିଷୟବସ୍ତୁ ଉପରେ ମତ ରଖିଥିଲେ। କିପରି କାହାଣୀ ର ନାୟକ ଓ ନାୟିକା ଏକ କଫି ସପ୍ ରେ ଦେଖା ହୋଇଛନ୍ତି, ଧିରେ ଧିରେ ତାଙ୍କ ମଧ୍ୟରେ ପ୍ରେମ ହୋଇଛି, ଏହିପରି କାହାଣୀ ଆଗକୁ ବଢିଛି।
ସଙ୍ଗୀତ ନିର୍ଦ୍ଦେଶକ ‘ ଅଭିଜିତ ମଜୁମଦାର ‘ କହିଛନ୍ତି , ପ୍ରେମ କାହାଣୀ ଗୀତ ବିନା ଅଧୁରା ।ଏହି ଚଳଚ୍ଚିତ୍ର ରେ ୩ ଟି ଗୀତ ରହିଛି ଏବଂ ଗୀତ ଗୁଡିକ ବହୁତ ସୁନ୍ଦର ହେଇଛି।
କାହାଣୀ ର ନାୟକ ଓ ନାୟିକା ଏହି ଚଳଚ୍ଚିତ୍ର ରେ କାମ କରି ବହୁତ ଖୁସି କହିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଯେପରି ଏବେ ଉପରକୁ ଯାଉଅଛି ଏହି ଚଳଚ୍ଚିତ୍ର ମଧ୍ୟ ସେଥିରେ ଏକ ଭାଗିଦାର ହେବ ବୋଲି ମତ ରଖିଥିଲେ ।
ଏହି ଚଳଚ୍ଚିତ୍ର ର ସୁଟିଂ ଆସନ୍ତା ବର୍ଷ ଫେବୃଆରୀ ରେ ସମାପ୍ତ ହେବ ଓ‌ ଏହାପରେ ଏହା ପ୍ରେଖାଳୟ କୁ ଆସିବ।

ରିପୋର୍ଟ : ସତ୍ୟବ୍ରତ ପାତ୍ର

Leave a Reply

Your email address will not be published. Required fields are marked *