ହକି ଖେଳକୁ ଏକ ନୂଆ ଦିଗ ଦେବ ‘Seizing the opportunity’ ପୁସ୍ତକ

ଭୁବନେଶ୍ବର : ହକି ଖେଳରେ ଡ୍ରାଗ ଫ୍ଲିକର ପୋଜିସନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ। ବିଶ୍ବର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ସ୍ବତନ୍ତ୍ର ବିଶ୍ବସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ଏହି ଟିମ ଗୁଡିକ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଛନ୍ତି । କେବଳ ଏଥିପାଇଁ ହିଁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଳ ହେଉଛି । ହକି ଖେଳରେ ଡ୍ରାଗ ଫ୍ଲିକରଙ୍କ ଭୂମିକା ନେଇ ବିଖ୍ୟାତ ବିଜ୍ଞାନୀ ବିଷାରଦ ଡ଼ ସାଜୁ ଜୋସେଫ ଏକ ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକର ନାଁ ରହିଛି ‘Seizing the opportunity’। “ହକି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଡିସେମ୍ବର 16 ତାରିଖ ଦିନ ଏହି ପୁସ୍ତକଟି ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥ୍‌ ଭାବେ କ୍ରୀଡା ଏବଂ ଯୁବ ସେବା ବିଭାଗର କମିଶନର ତଥା ସଚିବ ଆର. ଭିନୀଲ କ୍ରିଷ୍ଣା, ଏବଂ ସ୍ବତନ୍ତ୍ର ଅତିଥ୍‌ ଭାବେ କଟକ-ଭୁବନେଶ୍ବର ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗଦେଇଥିଲେ ।

ଏହି ଅବସରରେ ହକି ଆସୋସିଏସନ ଅଫ ଓଡ଼ିଶା ତଥା ହକି ଇଣ୍ଡିଆର ସଭାପତି ଡ଼ ଦିଲ୍ଲୀପ ତୀର୍କି ଏବଂ Seizing the opportunity’ ପୁସ୍ତକର ରଚୟିତା ଡ଼ ସାଜୁ ଜୋସେଫ ଉପସ୍ଥିତ ଥିଲେ । ଏହାସହ ହକି ଆସୋସିଏସନ ଅଫ ଓଡିଶାର ଅନ୍ୟାନ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଥିଲେ । କ୍ରୀଡା ଜଗତର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଏହି ଅବସରରେ ଯୋଗ ଦେଇଥିଲେ। ପୂର୍ବତନ ବରିଷ୍ଠ କ୍ରୀଡା ପ୍ରଶାସକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *