୪ ବର୍ଷରେ ୨୫୭ କୋଟି ଟଙ୍କାର କଳାକୃତି ବିକ୍ରି କରିଥିବା ଭାରତୀୟ ଶିଳ୍ପୀ ଅନିଶ କପୁର, ଜାଣନ୍ତୁ ତାଙ୍କ ବିଷୟରେ ଏମିତି କିଛି …

ମୁମ୍ବାଇ : ମୁମ୍ବାଇରେ ଜନ୍ମିତ ଅନିଶ କପୁର ହେଉଛନ୍ତି ଭାରତର ସବୁଠାରୁ ଦାମୀ ଓ ଧନୀ ଶିଳ୍ପୀ ବା କଳାକାର। ଗତ ୨୦୧୯ରେ ‘ହୁରୁନ’ ଭାରତ ପାଇଁ ଆର୍ଟ ଲିଷ୍ଟ ଜାରି କରିବା ଆରମ୍ଭ କରିବା ପରଠାରୁ ସେ ରୋଜଗାର ତାଲିକାର ଶୀର୍ଷରେ ରହିଛନ୍ତି। ଶିଳ୍ପୀ କପୁର ତାଙ୍କ କଳାକୃତିର ନିଲାମରୁ ୪ ବର୍ଷ ମଧ୍ୟରେ ୨୫୭ କୋଟି ଟଙ୍କା ଆୟ କରିଛନ୍ତି।

ସଦ୍ୟତମ ହୁରୁନ୍‌ ଆର୍ଟ ଲିଷ୍ଟ ୨୦୨୨ ଅନୁଯାୟୀ, ଚଳିତ ବର୍ଷ କପୁରଙ୍କ ନିଲାମୀ ବାବତ ଆୟ ୨୪.୬୭ କୋଟି ଟଙ୍କା ଥିଲା ଏବଂ ସବୁଠାରୁ ଦାମୀ କଳାକୃତିର ମୂଲ୍ୟ ୫.୭୯ କୋଟି ଟଙ୍କା ଥିଲା। ୨୦୨୧ରେ ଏହା ୨୦.୬ କୋଟି ଟଙ୍କା ଥିଲା ଏବଂ ଏଥିମଧ୍ୟରେ ସବୁଠାରୁ ଦାମୀ କଳାକୃତି ପାଇଁ ସେ ପାଇଥିଲେ ୪.୫ କୋଟି ଟଙ୍କା। କପୁର ୨୦୧୯ରେ ତାଙ୍କ କଳାକୃତି ବିକ୍ରି କରି ୪୪.୩୯ କୋଟି ଟଙ୍କା ରୋଜଗାର କରିଥିଲେ। କପୁରଙ୍କ ପାଇଁ ୨୦୧୮ ସବୁଠାରୁ ଭଲ ବର୍ଷ ଥିଲା ଯେତେବେଳେ ତାଙ୍କର କାରବାର ୧୬୮.୨୫ କୋଟି ଟଙ୍କା ଥିଲା ଏବଂ ସବୁଠାରୁ ମହଙ୍ଗା ଚିତ୍ରର ମୂଲ୍ୟ ୯.୩୧ କୋଟି ଥିଲା।

ସାର୍‌ ଅନିଶ କପୁର ମୁମ୍ବାଇରେ ଜଣେ ଭାରତୀୟ ପିତା ଏବଂ ଜଣେ ଇରାକୀ ମାଆଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଭାରତୀୟ ନୌସେନାରେ ଚାକିରି କରୁଥିଲେ। କପୁର ଡେରାଡୁନର ପ୍ରତିଷ୍ଠିତ ଡୁନ୍ ସ୍କୁଲରୁ ପାଠ ପଢ଼ିଥିଲେ। ଏହାପରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିବା ପାଇଁ ଇସ୍ରାଏଲ ଯାଇଥିଲେ।

ପରବର୍ତ୍ତୀ ସମୟରେ ଏହାକୁ ଛାଡ଼ି ସେ କଳାକାର ହୋଇଥିଲେ। ସେ ବ୍ରିଟେନ୍‌କୁ ଚାଲିଯାଇଥିଲେ ଯେଉଁଠାରେ ସେ ସ୍ଥାପତ୍ୟକଳା ଶିଖିଥିଲେ ଏବଂ ଶେଷରେ କୋଟିପତି ଲକ୍ଷ୍ମୀ ମିତ୍ତଲଙ୍କ ଦ୍ୱାରା ପାଣ୍ଠିପ୍ରାପ୍ତ ଆର୍ସେଲର ମିତ୍ତଲ ଅର୍ବିଟ୍‌ ସମେତ କେତେକ ପ୍ରସିଦ୍ଧ ପ୍ରତିଷ୍ଠାନ ଦ୍ବାରା ସ୍ବୀକୃତ ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ହୋଇଥିଲେ।

୧୯୯୧ରେ ଟର୍ନର ପୁରସ୍କାର, ୨୦୧୨ରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୧୪ରେ ନାଇଟ୍‌ହୁଡ୍‌ ପାଇଥିବା ସେ ଜଣେ ପ୍ରତିଷ୍ଠିତ କଳାକାର। ସେ ଜର୍ମାନୀରେ ଜନ୍ମିତ ଐତିହାସିକ ସୁଜାନ୍‌ ସ୍ପିକାଲଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି, କପୁର ଲଣ୍ଡନରେ ପ୍ରାୟ ୨୬ ନିୟୁତ ଡଲାର ମୂଲ୍ୟର ୧୪,୫୦୦୦ ବର୍ଗଫୁଟର ଏକ ବିଶାଳ ମହଲରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *