ଚାନ୍ଦିପୁରରୁ ଉତକ୍ଷେପଣ ହେଲା କ୍ଷେପଣାସ୍ତ୍ର MRSAM ; ସ୍ଥଳଭାଗରୁ ଆକାଶକୁ କରିପାରିବ ଲକ୍ଷ୍ୟଭେଦ

ବାଲେଶ୍ୱର : ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହୋଇଛି ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର MRSAM । ରବିବାର ସକାଳ ୧୦ଟା ୩୪ ମିନିଟ୍‌ରେ ୩ନଂ ଲଞ୍ଚ ପ୍ୟାଡ଼ରୁ ଏହି ଉତ୍‌କ୍ଷେପଣ କରାଯାଇଛି । ଉତ୍‌କ୍ଷେପଣ ସମୟରେ ସ୍ଥିରି କୃତ କରାଯାଇଥିବା ସମସ୍ତ ଦିର, ଗତି, ଟାର୍ଗେଟ୍‌କୁ ସଠିକ ଭାବେ ଏହି ମିସାଇଲ ଛୁଇଁଥିବା କୁହାଯାଇଛି ।

ଡ଼ିଫେନ୍ସ ରିସର୍ଚ୍ଚ ଏଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ୍‌ ଓ ଭାରତ ଡ଼ାୟନାମିକ୍‌ ଲିମିଟେଡ଼ ଦ୍ବାରା ନିର୍ମାଣ କରାଯାଇଥିବା ଏମଆରଏସଏଏମ ( MRSAM ) କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷ୍ୟମତା ୨୫ରୁ ୭୦ କିଲୋମିଟର । ଏହା ବାୟୁମଣ୍ଡଳର ୧୨ କିଲୋମିଟର ଉପରେ ଶବ୍ଦର ଗତୀ ଠାରୁ ୪.୫ ଗୁଣ ଅଧିକ ବେଗରେ ଗତି କରିପାରିବ । ଏଥିରେ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । MRSAMର ଓଜନ ୧୫୪ କିଲୋଗ୍ରାମ, ଲମ୍ବ ୩.୮୪ ମିଟର ଓ ମୋଟେଇ ୧୭୮ ମିଲିମିଟର । ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସଲିଡ଼ ପ୍ରପୋଲାଣ୍ଟ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି ।

MRSAM ପରୀକ୍ଷା ପାଇଁ ସ୍ଥାନୀୟ ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟଦେବକସବାପାହି ଓ ସାହାଜାନଗରପାହିର ମୋଟ ୭ ହଜାର ଲୋକଙ୍କୁ ଖଡ଼ୁପାହି ସ୍କୁଲ, ତୁଣ୍ଡୁରା ଓ ଜୟଦେବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ଏକ ପରୀକ୍ଷଣ କରିବାକୁ ଥିବା ଏହି ମିସାଇଲ ପାଇଁ ପ୍ରତିରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ସ୍ଥିର କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଦ୍ୱାରା ଭାରତ ନିଜର ପ୍ରତିରକ୍ଷା କ୍ଷେତରେ ଶକ୍ତି ବୃଦ୍ଧି କରିପାରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *