ବିହାରର ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ପାଇଁ ପୁଣି ଶପଥ ଗ୍ରହଣ କଲେ ନୀତିଶ କୁମାର

ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କଲେ ନୀତିଶ କୁମାର । ୯ମ ଥର ପାଇଁ ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ବିଜେପି ସହ ମିଶି ଗଢିଲେ ନୂଆ ସରକାର ।

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏନ୍‌ଡିଏ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତାଙ୍କ ସହ ଆଉ ୮ ଜଣ ମଧ୍ୟ ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *