ଓଡ଼ିଶାର ପ୍ରତି ଶିକ୍ଷାନୁଷ୍ଠାନରେ ଓଡ଼ିଆ ବିଶ୍ବକୋଷ ରହିବା ଜରୁରୀ

ଭୁବନେଶ୍ୱର, ୨୨/୧୧– ପ୍ରାଥମିକଠାରୁ ଆରମ୍ଭକରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକଟିଶିକ୍ଷାନୁଷ୍ଠାନରେ ‘ବିନୋଦ କାନୁନ୍‌ଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର’ ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ଵକୋଷଜ୍ଞାନବୃତ୍ତ’କୁ ରଖିବା ନିମନ୍ତେ ଏକ ବ୍ୟାପକ ତଥା ଫଳପ୍ରଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି ବୋଲିଭାଷାକେନ୍ଦ୍ର ବିଶ୍ଵକୋଷ ଅଭିଯାନର ଆବାହକ ଡାକ୍ତର ଆଲୋକ କାନୁନ୍‌ଗୋ ଆଜି ଏଠାରେ ଅନୁଷ୍ଠିତ ଏକସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅଧ୍ୟାପକ ବିଶ୍ୱରଞ୍ଜନଏବଂ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ମଧ୍ୟ ଉପସ୍ଥିତ ରହି ଏ ଦିଗରେ ଭିନ୍ନ ଭିନ୍ନ ଦିଗରୁଆଲୋକପାତ କରିଥିଲେ। ଭାଷାକୁ ନେଇ ଜାତି ଗଢ଼ି ଉଠୁଥିବାରୁ ଗୋଟିଏ ଜାତିର ସମୃଦ୍ଧିର ପ୍ରତୀକ ହେଉଛିଯେ ଏକ ପୂର୍ଣ୍ଣାଙ୍ଗ ତଥା ସଦ୍ୟ ପ୍ରକାଶିତ ବିଶ୍ଵକୋଷ, ଏ ବିଷୟରେ କେହି ଦ୍ଵିମତ ହେବାର ନାହିଁ । ଯେକୌଣସିଭାଷାକୁ ନେଇ ଗର୍ବ କରିବାକୁ ହେଲେ କିଛି ପ୍ରାମାଣିକ ଗ୍ରନ୍ଥର ଆବଶ୍ୟକତା ରହିଛି ଏବଂ ଆଜି ‘ଜ୍ଞାନବୃତ୍ତ’ରପ୍ରକାଶନ ଏଭଳି ଅଭାବକୁ ପୂରଣ କରିପାରିଛି। ଏହି ବିଶ୍ବକୋଷ ସେଟ୍‌ଟିର ପ୍ରଣୟନ କରିଛନ୍ତି ଅନୁଭବୀବିଶ୍ଵକୋଷବିତ୍ ଶ୍ରୀ ଦୀପକ କାନୁନ୍‌ଗୋ। ପ୍ରତି ଶିକ୍ଷାନୁଷ୍ଠାନରେ କିଭଳି ‘ଜ୍ଞାନବୃତ୍ତ’ ରହିପାରିବ, ସେଥିପାଇଁସବୁଠାରୁ ବଡ଼ ଦାୟିତ୍ଵ ହେଉଛି ସବୁ ଓଡ଼ିଆଙ୍କର। ସରକାରଙ୍କୁ ମଧ୍ୟ ଏ ଦିଗରେ ସାହାଯ୍ୟ କରିବା ନିମନ୍ତେଅନୁରୋଧ କରାଯିବ ବୋଲି ବକ୍ତାମାନେ କହିଥିଲେ। କେବଳ ସରକାର କାହିଁକି, ପୁରାତନ ଛାତ୍ର, ଅଭିଭାବକ,ବଦାନ୍ୟବ୍ୟକ୍ତି ଏବଂ କର୍ପୋରେଟ୍ ଜଗତର ସହଯୋଗ ଲୋଡ଼ିବାପାଇଁ ମଧ୍ୟ ଉଦ୍ୟମ କରାଯିବାର ଯୋଜନାରହିଛି । ଆମ ଭାଷା ଜାତୀୟତାର ଶ୍ରେଷ୍ଠ ପ୍ରତୀକ ‘ଜ୍ଞାନବୃତ୍ତ’କୁଉଦ୍ଦିଷ୍ଟ ସୁଳରେ ରଖିବାପାଇଁ ଏକ ଆନ୍ଦୋଳନରଆବଶ୍ୟକତା ରହିଛି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।ପ୍ରାସଙ୍ଗିକ ଯେ, ‘ବିନୋଦ କାନୁନଗୋ ଓଡ଼ିଆ- ଭାଷା ଉତ୍କର୍ଷ କେନ୍ଦ୍ର’ର ମୌଳିକ ଲକ୍ଷ୍ୟ ହେଉଛି ସମସ୍ତ ଓଡ଼ିଆଙ୍କପ୍ରତ୍ୟକ୍ଷ ସହଯୋଗ ଓ ଅନୁଭବକୁ ଆଧାରକରି ସମସ୍ତ ପ୍ରକାରର ଭାଷାକାର୍ଯ୍ୟ କରିବା। ସେଥିପାଇଁ ଭାଷାକେନ୍ଦ୍ରବିଶ୍ବକୋଷ କାର୍ଯ୍ୟକ୍ରମର ସୂତ୍ରପାତ କରାଯାଇଛି। ଓଡ଼ିଶାର ପ୍ରତ୍ୟେକଟି ଶିକ୍ଷାନୁଷ୍ଠାନର ଶିକ୍ଷକ ତଥାଅଧ୍ୟାପକମାନେ କିଭଳି ଓଡ଼ିଆ ଭାଷା ମାଧ୍ୟମରେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବେ,ସେ ଦିଗରେ ମଧ୍ୟ ସେମାନଙ୍କୁ ସମର୍ଥ କରି ଗଢ଼ିବା ନିମନ୍ତେ ଏହି ବ୍ୟାପକ ଉଦ୍ୟମ ଉଦ୍ଦିଷ୍ଟ।

ଏଠାରେ ଉଲ୍ଲେଖକରାଯାଇପାରେ ଯେ, ଯେକୌଣସି ଶିକ୍ଷାନୁଷ୍ଠାନର ପ୍ରଥମ କର୍ତ୍ତବ୍ୟ ଏଥିରେ ପଢୁଥିବା ଛାତ୍ର-ଛାତ୍ରୀଙ୍କ ପାଖରେଓଡ଼ିଆ ଭାଷାରେ ଜ୍ଞାନକୁ ନେଇ ପହଞ୍ଚାଇବା ଏବଂ ଏଭଳି ଜ୍ଞାନର ଉପଯୋଗ ସେମାନେ କିଭଳି ନିଜଭବିଷ୍ୟତ ଜୀବନରେ କରିପାରିବେ, ସେ ଦିଗରେ ସେମାନଙ୍କୁ ତାଲିମ କରିବା। ଏଥିପାଇଁଜ୍ଞାନ ଜଗତର ପ୍ରାମାଣିକତଥ୍ୟ ତଥା ଯୁକ୍ତିସଂଗତ ଚିନ୍ତାଧାରା ବିଷୟରେ ମଧ୍ୟ ସେମାନଙ୍କୁ ସଚେତନ କରିବାକୁ ପଡ଼ିବ । ଏଇଠି ଆସିଯାଉଛିବିଶ୍ଵକୋଷ ‘ଜ୍ଞାନବୃତ୍ତ’ର ଗୁରୁତ୍ଵପୂର୍ଣ୍ଣ ଭୂମିକା। ଭାରତବର୍ଷର ଅନ୍ୟ କୌଣସି ଭାଷାରେ ଏହାର ସମକକ୍ଷ ଜ୍ଞାନଅଭିଧାନ ଥିବା କଥାର ପ୍ରମାଣ ନାହିଁ । ଆମ ପାଇଁ ଗର୍ବର କଥା ଯେ, କୌଣସି ପ୍ରକାରର ସରକାରୀ ସାହାଯ୍ୟ ବିନା‘ଜ୍ଞାନବୃତ୍ତ’କୁ ପ୍ରକାଶ କରିଦିଆଯାଇ ପାରିଛି ।‘ଜ୍ଞାନବୃତ୍ତ’ଟି ହେଉଛି ଏକ ୧୦ ଭାଗ ବିଶିଷ୍ଟ ସୁଖପାଠ୍ୟ ସଚିତ୍ର ବିଶ୍ଵକୋଷ ତଥା ଶିକ୍ଷକ ସହାୟତା ପୁସ୍ତକ ।ସମଗ୍ର ମାନବ ଜ୍ଞାନ ଜଗତର ପରିଚୟ ବର୍ଣ୍ଣମାଳା ଅନୁକ୍ରମରେ ଏଥିରୁ ମିଳିଯାଉଛି । ଡବଲ ଡିମାଇ ସାଇଜର୨,୫୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ବିଶ୍ବକୋଷ ସେଟ୍‌ରେ ପାଖାପାଖି ୪,୦୦୦ ବିଷୟବସ୍ତୁ ସ୍ଥାନ ପାଇଛି ।ଏଥିରୁ ମିଳିଯାଉଛି ମାନବ ଜ୍ଞାନର ସମସ୍ତ ବିଭାଗର ପରିଚୟ। ଗଣିତ, ଇତିହାସ, ଉଦ୍ଭିଦ ଜୀବନ, କଳା ଓଗଣମାଧ୍ୟମ, ଜୀବନୀ, ଦେଶ ମହାଦେଶ, ଧର୍ମ, ପଦାର୍ଥ ବିଦ୍ୟା, ପରିବହନ, ପ୍ରାଣୀଜୀବନ, ବିଜ୍ଞାନ ଓ କାରିଗରି,ମହାକାଶ ବିଜ୍ଞାନ, ମାନବ ଶରୀର, ରସାୟନ ଶାସ୍ତ୍ର, ରାଜନୀତି, ଲୋକ ଓ ସଂସ୍କୃତି, ଶିଳ୍ପ, ସମାଜ ବିଜ୍ଞାନ,ଜେନେଟିକ୍‌, ସାଇବର୍‌ନେଟିକ୍‌ସ ଓ ଆହୁରି ଅନେକ କିଛି । ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆଜି ପିଲାମାନେଯେତେବେଳେ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷାଲାଭ କରିବାପାଇଁ ବସିଲେଣି, ସେତେବେଳେ ଏଭଳି ଏକପୁସ୍ତକ ସେଟ୍‌ କିଭଳି ସେମାନଙ୍କ ପାଇଁ ଅପରିହାର୍ଯ୍ୟ।

Leave a Reply

Your email address will not be published. Required fields are marked *